Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ରେ ଆଦିବାସୀ ଦିଶାରୀ ସମ୍ପ୍ରଦାୟ ପକ୍ଷରୁ ପାଟଯାତ୍ରା ଅନୁଷ୍ଠିତ।

କଳାହାଣ୍ଡି,୨୩/୦୧
ଆଦିବାସୀ ସମ୍ପ୍ରଦାୟ ରେ ରହିଛି ଅନେକ ସାମାଜିକ ଚାଲି ଚଲଣ,ପରମ୍ପରା, ସାଂସ୍କୃତିକ ବୈଭବ ର ନିଦର୍ଶନ ସମାଜ ମଧ୍ୟରେ ଭାଇଚାରା କୁ ଉଜ୍ଜୀବିତ କରିବା ପାଇଁ କିଛି ବର୍ଷ ଅନ୍ତରାଲ ରେ ପାଟଯାତ୍ରା ଭଳି ପରମ୍ପରା ଗତ ପର୍ବ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ଟେମରା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଆଦିବାସୀ ଦିଶାରୀ ସମ୍ପ୍ରଦାୟର ପାଟଯାତ୍ରା ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି ପାଟଯାତ୍ରା ରେ ଆଦିବାସୀ ଦିଶାରୀ ସମ୍ପ୍ରଦାୟର ଆରାଧ୍ୟ ଦେବତା ଭୈରବ ଦେବତା ଙ୍କ ଆବାହନ କରି ପୂଜାର୍ଚ୍ଚନା କରିଥିଲେ। ଏହା ବ୍ୟତୀତ ବିଭିନ୍ନ ପାଳି ଗ୍ରାମ ରୁ ଆସିଥିବା ମା ଠାକୁରାଣୀ, ମା ଫେଦ୍ରାଣୀ, କାଲି ସୁନ୍ଦରୀ, ଝିଟିକୁ ଡୁମା,ଗୁରୁଡୁମା, ଚାରି ଚୌରଅସି, ଜେନାବୁଡା, କାଡେନ,ଲେଙ୍ଗା ଚେଙ୍ଗା , ତେଟ ସହିତ ଗ୍ରାମ୍ୟ ଦେବାଦେବୀ ଙ୍କୁ ମଧ୍ୟ ବିଧି ଓ ରୀତିମତ ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ପାଟଯାତ୍ରା ର ମୁଖ୍ୟ ପୂଜକ ଗଜିନ୍ଦ୍ର ଦିଶାରୀ, ଲାଲ ଦିଶାରୀ,ଜୟ ଲାଲ ଦିଶାରୀ,ଈଶ୍ୱର ଦିଶାରୀ ଦିଗାମ ଦିଶାରୀ ହର ଦିଶାରୀ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସର ରେ ଦିଶାରୀ ପରିବାର ର ମୁଖ୍ୟ ପାରେଶ୍ୱର ଦିଶାରୀ ଙ୍କ ସଭାପତିତ୍ୱ ରେ ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଙ୍ଘ ର ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି ନୀଳକଣ୍ଠ ମାଝୀ,ସମ୍ମାନିତ ଅତିଥି ଭାବେ ରଣସାଏ ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ, ଲୋକନାଥ ପାତ୍ର,ତୋଫାନ ମାଝୀ, ବୃନ୍ଦାବନ ପୁଝାରି,ସୁଶାନ୍ତ ମାଝୀ, କ୍ଷୀରୋଦ ମାଝୀ,ଚକାଡୋଳା ପାତ୍ର ସମେତ ଦିଶାରୀ ପରିବାର ର କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପାଟଯାତ୍ରା କେବଳ ଏକ ମହୋତ୍ସବ ନୁହେଁ,, ଏହା ଆମ ମଧ୍ୟରେ ଭାଇଚାରା ଓ ସମ୍ପର୍କ ନିବିଡ଼ କରିବାର ଏକ ପର୍ବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଦୁଷ୍ମନ୍ତ ପାତ୍ର,ସାନନ୍ଦ ପୁଝାରି, ଭଜମନ ମାଝୀ ସହଯୋଗ କରିଥିବା ବେଳେ ସଭା ଓ ମଞ୍ଚ ପରିଚାଳନା ଭୁବନେଶ୍ୱର ଦିଶାରୀ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ