Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବରେ ଜାରି ହେବ ୭୫ ଟଙ୍କିଆ କଏନ୍‌

ଭୁବନେଶ୍ବର: ଆସନ୍ତା ୨୮ରେ ହେବ ନୂଆ ସଂସଦ ଭବନ ଉଦ୍‌ଘାଟନ। ଏହାକୁ ନେଇ ରାଜନୈତିକ ମହଲରେ ବିବାଦ ତେଜୁଥିବା ଦେଖିବାକୁ ମିଳିଛି। ତେବେ ଏହି ଉଦ୍‌ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା ଜାରି କରିବେ ବୋଲି ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ଏହି ମୁଦ୍ରାର ଗୋଲେଇ ରହିବ ୪୪ ମିଲିମିଟର୍‌। ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଲିଖିତ ହୋଇଥିବ ‘ସତ୍ୟମେବ ଜୟତେ’।

ସେହିପରି, ମୁଦ୍ରାର ବାମ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ପାର୍ଶ୍ବକୁ ରହିବ ଇଂରାଜୀ ଭାଷାରେ ଲିଖିତ ଶବ୍ଦ ‘ଇଣ୍ଡିଆ’। ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ (“₹”) ଏବଂ ଇଂରାଜୀ ସଂଖ୍ୟାରେ ୭୫ ଉଲ୍ଲେଖ ରହିବ। ଏହାବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ