ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଅତିଥି ଙ୍କ ଉକ୍ତି : ” ଆସୁ ଝଡ଼ ଅବା ଆସୁ ତୋଫାନ ଗଛ ହିଁ ରଖିବ ଆମର ପ୍ରାଣ “
ବାଲିଗୁଡା: ତା, ୨୫/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ):
ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ଇ-ଲାଇବ୍ରେରୀ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋସଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଇ-ଲାଇବ୍ରେରୀ ପରିସରରେ ବୃକ୍ଷରୋପଣ କରି ” ଆସୁ ଝଡ଼ ଅବା ଆସୁ ତୋଫାନ ଗଛ ହିଁ ରଖିବ ଆମର ପ୍ରାଣ ” ର ମର୍ମ ବୁଝାଇ ଉପସ୍ଥିତ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ l ଏଥିରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ, ଅଭିମନ୍ୟୁ ପ୍ରଧାନ, ତୀର୍ଥବାସୀ ଘଡାଇ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

