ମିଡିଆକିଆ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ବାଲିଗୁଡା, ତା,୨୭/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ର ନୁଆସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ମିଡିଆକିଆ କ୍ଲଷ୍ଟର ସିଆରସିସି ଫିଲିପ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମଶାଳାରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ଓ ମହତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ l ଏଥିରେ ସାଧନ କର୍ମୀ ଶ୍ରୀମତୀ ଗାୟତ୍ରୀ ପାଳ, ଜୟ ପ୍ରକାଶ ପ୍ରଧାନ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଏବଂ କ୍ଲଷ୍ଟରର ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ଅନେକ ଗୁଡିଏ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା l ଏହି ଶିକ୍ଷଣ ସାମଗ୍ରୀ ବ୍ୟବହାର ଦ୍ୱାରା ଛାତ୍ରଛାତ୍ରୀ ମାନେ ସହଜରେ ଗାଣିତିକ, ଭାଷାଗତ ଦକ୍ଷତା ହାସଲ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା l

