Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲକନ୍ଦାବୁଟୁରାକୁ ହରାଇ ପୁଝାରୀଗୁଡା ଚାମ୍ପିଅନ

କଳାହାଣ୍ଡି,୩୦/୦୧: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନୀ ମା’ ମଙ୍ଗଳା କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ କନ୍ଦାବୁଟୁରାକୁ ହରାଇ ପୁଝାରୀଗୁଡା ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। କାନ୍ଦବୁଟୁରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୯ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲେ। ଜବାବରେ ପୁଝାରୀଗୁଡା ଦଳ ୯ ଓଭରରେ ୬ ଉଇକେଟ ହରାଇ ମ୍ୟାଚ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଖେଳକୁ ଆମ୍ପିୟାର ଭାବେ କୁମୁଦ ବେହେରା ଓ ସୁଶାନ୍ତ ସେଠୀ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ସୁମିତ ବେହେରା ଦାୟିତ୍ୱ ନିର୍ବାହ କରିଥିବାବେଳେ ଖେଳର ଧାରା ବିବରଣୀ ତୁଲସି ବାଗ ଓ ରମେଶ ବାରିକ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ବରାଡଙ୍ଗା ସରପଞ୍ଚ ନିରୁପମା ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ଭାଗ୍ୟବନ ବାଗ ମୁଖ୍ୟବକ୍ତା, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ଭୁବନେଶ୍ୱର ଦିଶାରୀ, ପରମେଶ୍ୱର ଧ.ମାଝୀ, କୁମୁଦ ସେଠୀ, ହିମାଞ୍ଚଳ ପୂଝାରୀ, ପ୍ରଧାନ ଶିକ୍ଷକ ଗିରିଶ ସରାବୁ, କ୍ଷୀରୋଦ ନାଏକ, ଗୋପ ବିହାର, ବରିଷ୍ଠ ସାମ୍ବାଦିକ ବିଜୟ ପଣ୍ଡା, ଜଗଦୀଶ ନାଏକ ଓ ପରେଶ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଚାଳନା କମିଟିର କାର୍ତ୍ତିକ ଧ.ମାଝୀ, ଖଗେଶ୍ୱର ନାଏକ, ମଣ୍ଟୁ ନାଏକ, ଶୁଭମ, ସୁମିତ, ରାହୁଲ, ମିନୁ, ଅଜୟ, ନୀତେଶ, ବିରେନ, ଜମ୍ବେ, ମହେନ୍ଦ୍ର, ସୁଶାନ୍ତ, ବଡ, ହିତେନ୍ଦ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ