Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଚାର୍ଯ୍ୟବିହାରରେ ପୁଲିସ ଗାଡ଼ିକୁ ଧକ୍କା ଦେଲା କାର୍‌; ବାଲିଅନ୍ତା ଥାନା ଆଇଆଇସିଙ୍କ ସହ ୩ ଆହତ

ଭୁବନେଶ୍ୱର,୩୧।୧: ପ୍ରତିଦିନ ଦୁର୍ଘଟଣା ଜନିତ ଖବର ବୃଦ୍ଧି ପାଇବାରେ ଲାଗିଛି । ତେବେ ଦୃତ ବେଗରେ ଗାଡି ଚଳାଇବା ଏହାର ଏକ ପ୍ରମୁଖ କାରଣ । ତେବେ ଦୃତ ବେଗରେ ଗାଡି ନ ଚଲେଇବା ଉପରେ ସରକାର କଟକଣା ଲଗାଉଛନ୍ତି । ଏଥିପ୍ରତି ସତର୍କ କରିବାକୁ ସରକାର ରାସ୍ତାର ପାର୍ଶ୍ଵରେ ନୋଟିସ ମଧ୍ଯ ଲଗାଉଛନ୍ତି । ଦ୍ରୁତ ବେଗରେ ଗାଡି ଚଲାଇଲେ ଫାଇନ୍ ବ୍ୟବସ୍ଥା ମଧ୍ୟ ରହିଛି । ତଥାପି କିଛି ଚାଳକ ଏହି ନିୟମର ଖୁଲମ ଖୋଲା ଉଲଂଘନ କରୁଛନ୍ତି। କିଛି ଅମାନିଆଙ୍କ ପାଇଁ ସଧାରଣ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏଥିରୁ ବଞ୍ଚି ନାହାନ୍ତି ଖୋଦ୍ ଆଇନକୁ ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀ । ଏକ କାର୍‌ ଧକ୍କାରେ ପୁଲିସ ଗାଡ଼ି ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଛି। ଦୁର୍ଘଟଣାରେ ବାଲିଅନ୍ତା ଥାନା ଆଇଆଇସି ଏବଂ ଅନ୍ୟ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟବିହାର ଛକରେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ପୁଲିସର ସ୍କ୍ରପିଓ ଗାଡ଼ିରେ ଥାନାଧିକାରୀ ଜୟଦେବ ବିହାର ଅଭିମୁଖେ ଯାଉଥିବା ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ କାର୍‌ ପୋଲିସ୍ ଗାଡି ସହ ଧକ୍କା ଦେଇଥିଲା। ଯାହା ଫଳରେ ଧକ୍କା ଦେଇଥିବା କାର୍‌ ତିନି ଘେରା ବୁଲିଯାଇଥିବାବେଳେ ସ୍କ୍ରପିଓ ପୂରା ଭାଙ୍ଗିରୁଜି ଯାଇଥିଲା। ତେବେ ଏହି ଦୁର୍ଘଟଣା ପଛରେ କାର୍ ଚାଳକଙ୍କ ଦ୍ରୁତ ଗତି ରେ ଗାଡି ଚଳାଉଥିବା କୁହାଯାଇଛି। ସୂଚନା ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ଯଥାଶୀଘ୍ର ପହଞ୍ଚି ଆହତ ଆଇଆଇସି ଏବଂ କର୍ମଚାରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହି ଦୁର୍ଘଟଣାରେ କାର୍‌ରେ ଥିବା ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories