ଧର୍ମପରାୟଣ,ସମାଜସେବି ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ।
କଳାହାଣ୍ଡି,୩୧/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମ ର ରାଜେନ୍ଦ୍ର ପଟ୍ଟଯୋଶୀ (୭୨) ଙ୍କ ଶୁକ୍ରବାର ରାତିରେ ନିଜସ୍ଵ ବାସଭବନରେ ପରଲୋକ ଗମନ ଘଟିଛି।ସେ ଗତ କିଛି ମାସ ଧରି ଚିକିତ୍ସାଧୀନ ରହିଥିବା ବେଳେ ଶୁକ୍ରବାର ରାତି ୮ ଘଣ୍ଟା ସମୟରେ ତାଙ୍କର ପରଲୋକ ଗମନ ହୋଇଛି। କୋକସରା ବ୍ଲକ ଅଞ୍ଚଳ ର ସେ ଜଣେ ଜଣାଶୁଣା ଧର୍ମ ପରାୟଣ,ସମାଜସେବି, ଜଣେ ମେଳାପୀ, ପରୋପକାରୀ, ସହୃଦୟ ର ବ୍ୟକ୍ତିତ୍ୱ ରହିଥିଲେ। ତାଙ୍କ ମୃତ୍ୟୁ ପରେ ଜ୍ଞାତି କୁଟୁମ୍ବ, ପରିଜନ, ବନ୍ଧୁବାନ୍ଧବ, ଗ୍ରାମବାସୀ ମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶନିବାର ତାଙ୍କ ଅନ୍ତିମ ସଂସ୍କାର ଶବଧାର ରେ ଶତାଧିକ ଲୋକ ସାମିଲ ହୋଇଥିଲେ। ତାଙ୍କ ବଡ ପୁଅ ରୋହନ ପଟ୍ଟଯୋଶୀ, ସାନ ପୁଅ ସୋହନ ପଟ୍ଟଯୋଶୀ ମୁଖାଗ୍ନି ଦେଇଥିଲେ। ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଗମନ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

