ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ଘୋଷଣା! କୋରାପୁଟ ଜିଲ୍ଲା ହେଲା ସଂପୂର୍ଣ୍ଣ ମାଓ ମୁକ୍ତ ଅଞ୍ଚଳ
କୋରାପୁଟ,୫।୨ : କମୁଛି ମାଓବାଦୀ ମାନଙ୍କର ପ୍ରକୋପ । ମାଓ ମୁକ୍ତ ହେଉଛି ବି ଅଞ୍ଚଳ । ମାଲକାନଗିରି ଜିଲ୍ଲା ପରେ ଏବେ ସଂପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇଛି କୋରାପୁଟ ଜିଲ୍ଲା। ଏନେଇ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।
ସେହିପରି ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ପ୍ଲାନିଂରେ ଅନୁପ୍ରାଣିତ ହୋଇ ଏସିଏମ ରାଙ୍କର କ୍ୟାଡର ମମତା ପଡିଆମୀ ଆତ୍ମସମର୍ପଣ କରିଛନ୍ତି। ନିଜର ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ଏହି ଆତ୍ମସମର୍ପଣ ରେ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ତାଙ୍କଠାରୁ ଜବତ କରାଯାଇଛି । ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଜଣାପଡିଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଆତ୍ମସମର୍ପଣ କାରୀଙ୍କୁ ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଡ଼ିଆଇଜି ସୂଚନା ଦେଇଛନ୍ତି।

