ବରାଡୋଙ୍ଗା ପଞ୍ଚାୟତ ରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ନେଇ ଆଲୋଚନା ।
କଳାହାଣ୍ଡି,୦୫/୦୨
୧୯୫୭ ରେ ଗଠିତ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ୨୦୦୯ ମସିହାରେ ସୀମା ପୁନଃ ଗଠନ ହେତୁ ଉଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରିଦିଆ ଗଲା। ତେବେ ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭା ପୁନଃ ଗଠନ ନେଇ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବାପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ କୋକସରା ନିର୍ବାଚନ ମଣ୍ଡଳୀ କୁ ପୁନଃ ଗଠନ ନେଇ ଆଶା ଉଜ୍ଜୀବିତ ହୋଇଛି। ଏହି କ୍ରମ ରେ କୋକସରା ବ୍ଲକ ପକ୍ଷରୁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବୈଠକ ଆୟୋଜିତ କରି ଜନମତ ସଂଗ୍ରହ ଓ ଦାବି କୁ ରାଜ୍ୟ ସରକାରଙ୍କ ନିକଟରେ ଜଣାଇବାକୁ ପାଇଁ ଦାବି ତେଜିବାରେ ଲାଗିଛି। ଗୁରୁବାର ବ୍ଲକ ର ବରାଡୋଙ୍ଗା ପଞ୍ଚାୟତ ବରାଡୋଙ୍ଗା ଗ୍ରାମ ରେ ନରେନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ବାସୀ ମାନେ ଯୋଗଦେଇ ଦାବି କୁ ଯଥାର୍ଥ ବୋଳି କହିବା ସହ ଆମର ପୂର୍ବ ଗୌରବ ଫେରାଇ ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଳି କହିଛନ୍ତି। ଏହି ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ,କମିଟି ର ସଦସ୍ୟ ପୁରୁଷୋତ୍ତମ ଗୁପ୍ତା,ଶ୍ରୀନିବାସ ପ୍ରଧାନୀ,ତ୍ରିଭୁବନ ନାଏକ,ଧବଳେଶ୍ବର ନାଗ,ମହେନ୍ଦ୍ର ନେଗି,ନବୀନ ନାଏକ ଙ୍କ ଉପସ୍ଥିତି ରେ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଛି। କମିଟିର ସଂଯୋଜକ ଙ୍କ ନେତୃତ୍ୱରେ ଗୁପ୍ତେଶ୍ଵର ବାଗ,ନବୀନ ପଟେଲ, ମନୋଜ ନାଏକ,ଅନୁପ କୁମାର ଯୋଶୀ,ଭୁବନେଶ୍ୱର ନାଗ,ଚୈତନ୍ୟ ସାହୁ,ସୁଦାମ ଚରଣ ବାଗ, ସୀମାଞ୍ଚଳ ମାଝୀ, ସାଧୁରାମ ମାଝୀ, ନରେନ୍ଦ୍ର ଧଙ୍ଗଡା ମାଝୀ,ଗୋକୁଳ ବାରିକ, ସିଦ୍ଧେଶ୍ୱର ନାଏକ ଙ୍କୁ ମନୋନୀତ କରାଯାଇଛି। ପରବର୍ତ୍ତୀ ବୈଠକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରେ ଆସନ୍ତା ୧୨ ତାରିଖରେ ହେବାକୁ ନିଷ୍ପତ୍ତି ନିଆଯାଇଛି।

