Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ ଅଞ୍ଚଳରେ । ଘଟଣା ପ୍ରକାରେ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ଗୁଞ୍ଜିଗାଁ ସ୍ଥିତ ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଶୁକ୍ରବାର ସକାଳେ ଗାଁ ପିଲାଙ୍କ ସହ ସାଥି ହୋଇ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ପୋଖରୀରେ ବୁଡ଼ି ଶୁଭଜିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରିବାର ଲୋକେ ଖବରପାଇ ପୋଖରୀ ନିକଟରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭଜିତଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସିର୍ତ୍ତିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ ଶୁଭଜିତ୍ । ବର୍ତ୍ତମାନ ସ୍କୁଲ୍ ଛୁଟି ଥିବା ଯୋଗୁଁ ସେ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଶୁଭଜିତଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପୁଅକୁ ହରାଇ ବାପ,ମା’ଙ୍କ ଆଖିରୁ ଲୁହ ଶୁଖୁନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ