ଟ୍ରକ ଧକ୍କା ରେ ୨ ବାଇକ ଆରୋହି ମୃତ, ବାଇକ କୁ ଘୋଷାଡ଼ି ନେଲା ଟ୍ରକ, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି୦୭/୦୨
କଳାହାଣ୍ଡି ଜିଲ୍ଲା କୋକସରା ଥାନା ବିଜୁ ଏକ୍ସପ୍ରେସ ୱେ ବେହେରା ନିକଟରେ ଟାଟା ଆଇଚର କୁକୁଡ଼ା ବୋଝେଇ ଟ୍ରକ ନମ୍ବର ଓଡ଼ି ୧୦ କେ ୩୮୮୧ ରାସ୍ତା ଦେଇ ଯାଉଥିବା ଏକ ବାଇକ ସିଜି ୦୪ ଏନ ଆର ୯୨୨୮ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପର୍ଲା ମେଡ଼ିକାଲ ନେବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ବାଇକ କୁ କିଛି ରାସ୍ତା ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ଟ୍ରକ।ଫଳରେ ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ନିକଟସ୍ଥ ପର୍ଲା ମେଡ଼ିକାଲ ରେ ମୃତ୍ୟୁ ହୋଇଥିବା ଜଣାପଡିଛି।କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡି କୁ ଜବତ କରିବା ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡ଼ିକାଲ କୁ ଅଣାଯାଇଛି। ତେବେ ମୃତକ ଙ୍କ ପରିଚୟ ମିଳିନାହିଁ।ମୁତକ ମାନେ ପଡୋଶୀ ଛତିଶଗଡ଼ ଅଞ୍ଚଳ ର ବୋଳି ସୂଚନା ମିଳିଛି।

