କୋକସରା ଓ ଆମପାଣି ମଣ୍ଡଳ ସ୍ତରୀୟ ଭିବି-ଜି ରାମ ଜି ଗ୍ରାମୀଣ ଜନଜାଗରଣ ଅଭିଯାନ କର୍ମଶାଳା ।
କଳାହାଣ୍ଡି,୦୮/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଓ ମହିମା ପଞ୍ଚାୟତ ଭୁର୍ଷାଗୁଡା ମହାଭାରତ ଆମ୍ବ ତୋଟା ରେ ରବିବାର ଭିବି-ଜି ରାମ ଜି ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ଜନଜାଗରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଲମା।ଠାରେ ଅନୁଷ୍ଠିତ କର୍ମଶାଳା ରେ ବିଜେପି କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇଥିବା ବେଳେ ଭିବି ଜି ରାମ ଜି ଜିଲ୍ଲା ସଂଯୋଜକ ତ୍ରିନାଥ ଶବର ଉପସ୍ଥିତ ରହି ପରିବର୍ଦ୍ଧିତ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ଜନଜାଗରଣ ଅଭିଯାନ ରେ ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୃଷ୍ଟି ଆଜୀବିକାର ସୁଦୃଢତା ଏବଂ ସ୍ୱୟଂନିର୍ଭର ଗ୍ରାମ ଗଢ଼ି ତୋଳିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ମଣ୍ଡଳ ପ୍ରଭାରୀ ହିମାଂଶୁ ପଣ୍ଡା ,ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ,ସାଧାରଣ ସମ୍ପାଦକ ମନୋଜ ନାଏକ, ଶାରଳା ପ୍ରସାଦ ପ୍ରଧାନୀ,
ସ୍ଥାନୀୟ ସରପଞ୍ଚ ଇଶରାମ ସୁନାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ଅଚ୍ୟୁତ କୁମାର ସାହୁ, ଗୋପାଳ ଅଗ୍ରୱାଲ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ସେହିପରି ଭୁର୍ଷାଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ସଭାପତିତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା,ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ, ଜିଲ୍ଲା ସଂଯୋଜକ ତ୍ରିନାଥ ଶବର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,କୋକସରା ମଣ୍ଡଳ ସଭାପତିବସନ୍ତ ନାଗ,ଗଣେଶ ନନ୍ଦ,ସନ୍ତୋଷ କୁମାର ମାଝୀ, ସମିତି ସଭ୍ୟ ମହିମା ଘନଶ୍ୟାମ ନାଏକ,ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝlରୀ ଓ ତୁଲାରାମ ନାଏକ,
ଆମପାଣି ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଚକ୍ରଧର ବେଶ୍ରା ମଞ୍ଚ ପରିଚାଳନା କରିଥିଲେ। ଭିବି-ଜି ରାମ ଜି ଯୋଜନା ର କାର୍ଯ୍ୟକାରିତା ନେଇ ଉପସ୍ଥିତ ଶ୍ରମିକ ଓ ଜନ ସାଧାରଣ ଙ୍କୁ ସୂଚନା ଦେଇଥିଲେ। ଏହି କର୍ମଶାଳା ଫଳରେ ଗ୍ରାମବାସୀଙ୍କ ସହ ସମ୍ପର୍କ ସୁଦୃଢ କରି ତାଙ୍କ ଉନ୍ନତି ପାଇଁ ଏପରି ପ୍ରୟାସ ଆଗାମୀ ଦିନରେ ନିଶ୍ଚୟ ଫଳଦାୟକ ହେବ ମତ ପ୍ରକାଶ ପାଇଥିଲା।

