Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିପିୱବ୍ଲୁଓଡିଏଲ ବିଦ୍ୟୁତ ବିଭାଗ ର ଉପଖଣ୍ଡ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

କଳାହାଣ୍ଡି,୦୯/୦୨
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ଇଲେକ୍ଟ୍ରି ଗ୍ରୀଡ ଓ ସବଷ୍ଟେସନ କୁ ନେଇ ଟିପିୱବ୍ଲୁଓଡିଏଲ
କଳାହାଣ୍ଡି ଡିଭିଜନଙ୍କ ଅଧ୍ୟକ୍ଷତାରେ ଚାରବାହାଲ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ବିଭାଗର ନିର୍ବାହି ଅଧିକାରୀ ଦିପକ କୁମାର ବେହେରା ଙ୍କ ଅବଦାନ ରେ ଉପଖଣ୍ଡ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। କୋକସରା ବ୍ଲକ ଡଙ୍ଗରିଗୁଡା ଖେଳ ପଡିଆ ଓ କୁସୁମଖୁଣ୍ଟି ମିନି ଷ୍ଟାଡିୟମ ଠାରେ ପର୍ଯ୍ୟାୟ କ୍ରମେ ୮ ଗୋଟି ଦଳକୁ ନେଇ ଖେଳ ପରିଚାଲିତ ହୋଇଥିଲା।ଏହି ଖେଳରେ ଚାରବାହାଲ, ବଡକୁଟ୍ରୁ,କୋକସରା,ଜୟପାଟଣା ,
ଧର୍ମଗଡ଼ ୧,କଲମପୁର,ଧର୍ମଗଡ଼ ୨ ,ଜୁନାଗଡ଼ ଦଳ ଭାଗ ନେଇଥିଲେ।ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଧର୍ମଗଡ଼ ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ବିଶ୍ୱାଳ, ଦେବଦତ୍ତ ତ୍ରିପାଠୀ, ବସନ୍ତ କାଣ୍ଡ, ଜିତେନ୍ଦ୍ର ବାଗ, ଜଳଧର ଗହୀର, ଶ୍ରୀକାନ୍ତ ପଟ୍ଟଯୋଶୀ, ରଘୁନାଥ ଦାସ ଯୋଇଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଚାହାରବାହାଲ ଗ୍ରୀଡ ଓ କୋକସରା ଗ୍ରୀଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୋକସରା ଗ୍ରୀଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫୪ ରନ୍ ର ଟାର୍ଗେଟ ଦେଇଥିଲା। ଜବାବରେ ନିର୍ଦ୍ଧାରିତ ଓଭର ପୂର୍ବରୁ ଚାରବାହାଲ ଟିମ୍ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। କୋକସରା ସେକ୍ସନ ରନର୍ସ ଅଫ ହୋଇଥିବା ବେଳେ ଚାରବାହାଲ ଗ୍ରୀଡ଼ ଦଳ ମ୍ୟାଚ ଚମ୍ପିଆନ ହୋଇଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କର୍ମଚାରୀ ଙ୍କ ମଧ୍ୟରେ ଏକାଗ୍ରତା ଓ ବ୍ୟସ୍ତ ବହୁଳ ଜୀବନ ରେ ଭାରାକ୍ରାନ୍ତ ବୋଝ ହାଲୁକା କରିବାରେ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ରେ ସହାୟକ ହେବ ବୋଳି ଅଧିକ୍ଷଣ ଯନ୍ତ୍ରୀ ଲୋକନାଥ ଦାସ ଓ ନିର୍ବାହୀ ଯନ୍ତ୍ରୀ ଆର୍ଯ୍ୟ ପ୍ରାଣ ଶିଳାଦିତ୍ୟ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ