Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ପର୍ଯ୍ୟଟନସ୍ଥଳୀ କ୍ଷେତ୍ରର ବିକାଶ କରାଯିବ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

କଳାହାଣ୍ଡି:୦୯/୦୨
କଳାହାଣ୍ଡି ଜିଲ୍ଲା ପର୍ଯ୍ୟଟନସ୍ଥଳୀ କ୍ଷେତ୍ରରେ ପରିବର୍ତ୍ତନ ହେବ। ସେହିପରି ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯେଉଁ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି ତାହାର ମଧ୍ୟ କ୍ଲଷ୍ଟର ପର୍ଯ୍ୟଟନସ୍ଥଳୀ କରାଯିବ । କେସିଙ୍ଗା ଅଞ୍ଚଳକୁ ଏକ ସର୍ବାଙ୍ଗେ ପର୍ଯ୍ୟଟନସ୍ଥଳୀ କ୍ଷେତ୍ରରେ ପରିବର୍ତ୍ତନ କରାଯିବ। ସିଟିଜେନ୍ ଫୋରମ୍, କେସିଙ୍ଗାର ବାର୍ଷିକ ଦିବସ – ୨୦୨୬ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି। ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଗଢି ତୋଳିବାରେ ସରକାରଙ୍କ ଯେଉଁ ସ୍ବପ୍ନ ରଖାଯାଇଛି ତାହାର ବାସ୍ତବ ରୂପ ଦେବା ପାଇଁ ସିଟିଜେନ୍ ଫୋରମ୍ ର ସହଭାଗିତା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ।କେସିଙ୍ଗା ସିଟିଜେନ୍ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ୍ ପ୍ରକାଶ ଯୋଗଦାନ କରି ଜିଲ୍ଲାର ବିକାଶ ଉପରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଯୋଗ ଦେଇଥିଲେ । କେସିଙ୍ଗା ଅଞ୍ଚଳର ବିକାଶ ନିମନ୍ତେ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମନ୍ତ୍ରୀଙ୍କୁ ସିଟିଜେନ୍ ଫୋରମ୍ ପକ୍ଷରୁ ପ୍ରଦାନ କରାଯାଇଥିଲା ଏବଂ ସଙ୍କଳ୍ପ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ ।‌ ଏହି ଅବସରରେ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ସିଟିଜେନ୍ ଫୋରମ୍ ପକ୍ଷରୁ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଡାକ୍ତର ସାହା ସ୍ବାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ବି ଚନ୍ଦ୍ରଶେଖର ଆଚାରୀ ସଭା ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରୋବେସନାଲ ଆଇଏଏସ୍ ଅନିମେଶ ପ୍ରଧାନ, ଡିଆରଡିଏ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ,ଡିଏଫ୍ଓ ନର୍ଥ ଙ୍କ ସମେତ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଗୁର୍ଜିମୁଣ୍ଡା ସ୍ଥିତ ଯୋଗମାୟା ଶକ୍ତି ପୀଠ କୁ ଯାଇ ଦର୍ଶନ କରିଥିଲେ । ଯୋଗମାୟା ପୀଠର ଆଧୁନିକୀକରଣ ଓ ଉନ୍ନତି କରଣ ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା ପର୍ଯ୍ୟଟନ ବିଭାଗ କରିବ ଏବଂ ତାହାକୁ ପଯ୍ୟଟନୀ ସ୍ଥଳୀର ମାନ୍ୟତା ମିଳିବ ବୋଲି ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ