ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର।
କଳାହାଣ୍ଡି,୧୧/୦୨
କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗ୍ରାମର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ଅପରାହ୍ନରେ ନିଜ ଗାଁ କୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା। ହାଇଓ୍ବା ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାସୁଦେବ ଗୁରୁତର ହେଇଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଚିହ୍ନଟ ପାଇଁ ଦାବି କରି ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗି ଥିବା ସି.ସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବା ର ସନ୍ଧାନ କରୁଛନ୍ତି।

