Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡି ଧକ୍କାରେ ଗୁରୁତର ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

କଳାହାଣ୍ଡି୧୨/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ କାଉଡୋଳା ମହାଜନଗୁଡା ରାସ୍ତା ର ସତନାମୀ ପୋଖରୀ ନିକଟରେ ବୁଧବାର ରାତି ରେ ଅଜଣା ଗାଡି ଧକ୍କାରେ କାଉଡୋଳା ଗ୍ରାମର ଯୁବକ ଭୁଜବଳ ମାଝି (୪୨) ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ କୋକସରା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଚିକିତ୍ସା ଧୀନ ଅବସ୍ଥାରେ ଯୁବକ ଙ୍କ ମୃତ୍ୟୁ ହୋଇଥିଲା।
ସିଉନି ଗ୍ରାମକୁ ବିବାହ କାର୍ଯ୍ୟ ରେ ଯୋଗଦେଇ ନିଜ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ। ଅଜଣା ଗାଡି ଟି ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା ବେଳେ ଖବର ପାଇ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ |ଭୁଜବଳ ମାଝି ଜଣେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଏହି ଦୁର୍ଘଟଣା ରେ ଜୀବନ ହାରିଥିବା ବେଳେ ଏବେ ତାଙ୍କ ସ୍ତ୍ରୀ ଓ ଛୁଆଁ ବେସାହାରା ହୋଇ ପଡିଛନ୍ତି। ଅନ୍ୟପଟେ ମୃତକ ଙ୍କ ଶବ ବ୍ୟବଚ୍ଛେଦ ଆସନ୍ତା କାଲି ହେବ ବୋଳି ସୂଚନା ମିଳିଛି। ଆମପାଣି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ