Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଏଚସି ଭିତ୍ତିଭୂମି ପରଖିଲେ କାୟାକଳ୍ପ ଟିମ।

କଳାହାଣ୍ଡି,୧୨/୦୨
ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ। ଏହି ଟିମ ପହଞ୍ଚିବା ପରେ କୋକସରା ସିଏଚସି ର ଇନଚାର୍ଜ ଡାକ୍ତର ତତ୍ୱଦର୍ଶୀ ଦାସ ସମେତ ଅନ୍ୟ ଡାକ୍ତର,ମେଡ଼ିକାଲ କର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଟିମ ରେ ଥିବା ଅଧିକାରୀ ମାନେ ସିଏଚସି ର ବିଭିନ୍ନ ୱାର୍ଡ ଓପିଡ଼ି, ଇନଡୋର,ପ୍ରସୂତି ବିଭାଗ ,ବର୍ଜ୍ୟବସ୍ତୁ ପରିଚାଳନା ବୁଲି ଦେଖିବା ସହ ମେଡ଼ିକାଲ ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱଚ୍ଛତା ଓ ରୋଗୀ ଙ୍କୁ ମିଳୁଥିବା ସେବା ବିଷୟରେ କର୍ମଚାରୀ ଙ୍କୁ ପଚାରି ବୁଝିଥିଲେ। ନର୍ସିଂ କର୍ମଚାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଟିମ ରେ ଯୁଗ୍ମ ସଚିବ ଖାଦ୍ୟ ଓ ନିରାପତ୍ତା ଡାକ୍ତର. କ୍ଷେତ୍ର ମୋହନ କାଣ୍ଡ, ପିଟିସି ପରାମର୍ଶ ଦାତା ଶ୍ରୀ ସୁଧାଂଶୁ ଶେଖର ସାମନ୍ତ, ଏସପିଏମ ଅରମାନ ଡ଼ାକ୍ତର ଦେବବ୍ରତ ମହାପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରିତା ନାଏକ ଏହି ଟିମ ରେ ସାମିଲ ଥିଲେ। କୋକସରା ସିଏଚସି ପକ୍ଷରୁ ଡ଼.ଅଭିଷେକ ବେହେରା,ଡ଼. ମାନବେଶ ମହାପାତ୍ର,ଡ଼.ଦେବେନ୍ଦ୍ର ମାଝୀ,ଡ଼.ଉମାକାନ୍ତ ଶବର,ଡ଼.ଆଦିତ୍ୟ ସାହୁ,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଉର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡା ମାଝୀ, ଏଡସ ପରାମର୍ଶ ଦାତା ଝସକେତନ ବାରିକ, ଦୁଷ୍ମନ୍ତ ରାଉତ, ପୁରୁଷ ସ୍ଵାସ୍ଥ୍ୟକର୍ମି ନୀଳମଣି ଖମାରି,ନର୍ସିଂ କର୍ମଚାରୀ ଲକ୍ଷ୍ମୀପ୍ରିୟା ବଲ, ନର୍ସିଂ ଅଫିସର,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ସିଏଚଓ,ପାରା ମେଡ଼ିକାଲ କର୍ମଚାରୀ ସମେତ ସୁରକ୍ଷା କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ