Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ

ବାଲିଗୁଡା, ତା, ୧୩/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେ ନେଇ ସମସ୍ତ ଶୈବ ପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଟାଉନ ର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦ ର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ର ପ୍ରସିଦ୍ଧ ଶୈବ ପୀଠ ସମେତ ଅନ୍ୟ ଶୈବପୀଠ ରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତ ଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବ ପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବ ଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ