କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ଶିବିର ଉଦଘାଟିତ I
କଳାହାଣ୍ଡି,୧୩/୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଡିଗ୍ରୀ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଙ୍କ ପାଇଁ ଆତ୍ମରକ୍ଷା ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉଦଘାଟନି ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ସୁବ୍ରତ କୁମାର ବେହେରା, ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ,ବେଦମତି ବାରିକ ଓ ଆତ୍ମରକ୍ଷା ସୁରକ୍ଷା ପ୍ରଶିକ୍ଷିକା ପ୍ରିୟଦର୍ଶନୀ ବେହେରା ଉପସ୍ଥିତ ରହି ଆଜିର କର୍ମମୟ ଜୀବନରେ ମହିଳା ଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମରକ୍ଷା ସୁରକ୍ଷା ପାଇଁ ସବୁବେଳେ ସୁରକ୍ଷା ବଳୟ ମଧ୍ୟରେ ରହିବା ଓ ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଜରୁରୀ ବୋଲି କହିଛନ୍ତି । ଏହି ଶିବିର ଆସନ୍ତା ୨୪/୦୨ ପର୍ଯ୍ୟନ୍ତ ଜାରି ରହିବ। ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅଵସର ରେ ଡିଗ୍ରୀ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

