Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର କଟକଣା ପରେ ମଧ୍ୟ ଥମୁନାହିଁ କୋକସରା ଅଞ୍ଚଳ ରୁ ଗୋ ଚାଲାଣ।

କଳାହାଣ୍ଡି,୧୩/୦୨
ଗୋ ଚାଲାଣ ନେଇ ରାଜ୍ୟ ସରକାର ପକ୍ଷରୁ ଗୋ ଚାଲାଣକାରୀ ଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ଗୋ ଚାଲାଣକାରୀ ମାଫିଆ ଙ୍କ ସମ୍ପତ୍ତି ବ୍ୟାଜାପ୍ତ ସହ ଗୋ ଚାଲାଣ ଉପରେ କଡା ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ସରକାର । ତେବେ ଏବେ ମଧ୍ୟ ସରକାରୀ ନିୟମ କୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବେଆଇନ ଭାବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ରୁ ପଡୋଶୀ ଜିଲ୍ଲା କୋରାପୁଟ ଦେଇ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟ କୁ ଗୋ ଚାଲାଣ ଓ ଗୋମାଂସ ରପ୍ତାନି ହେଉଥିବା ନେଇ ଅଭିଯୋଗ ହେଉଛି। ଧର୍ମଗଡ ଉପଖଣ୍ଡ ଅଞ୍ଚଳ ର ବିଭିନ୍ନ ଗୋରୁ ବଜାର ରୁ ସ୍ଥାନୀୟ ଗୋ ମାଫିଆ ଙ୍କ ଜରିଆରେ ରାଜ୍ୟ ବାହାର ର ମାଫିଆ ମାନେ ଜାଲ ବିଛାଇ ଏଜେଣ୍ଟ ଙ୍କ ମାଧ୍ୟମରେ ଗ୍ରାମାଞ୍ଚଳରେ ଗାଈଗୋରୁ କ୍ରୟ କରି ପରବର୍ତ୍ତୀ ସମୟରେ ବିଭିନ୍ନ ଉପାୟରେ ରାଜ୍ୟ ବାହାର କୁ ନିୟମିତ ଭାବେ ଚାଲାଣ କରି ଆସୁଛନ୍ତି। କୋକସରା ବ୍ଲକ ର ଝରିଆଗୁଡା ଗ୍ରାମ ଗୋ ଚାଲାଣ ର ହଟସ୍ପଟ ହୋଇଥିବା ବେଳେ ଏହି ଅଞ୍ଚଳ ର କିଛି ଗୋ ମାଫିଆ ରୀତିମତ ଗୋ ଚାଲାଣ କରୁଛନ୍ତି। ରାଜ୍ୟ ବାହାର ର ମାଫିଆ ମାନେ ଆସି ଏହି ଅଞ୍ଚଳ ରେ ଡେରା ପକାଇ ରହୁଛନ୍ତି।ପୂର୍ବରୁ ବଡ଼ବଡ଼ ବନ୍ଦ ଡାଲା ଥିବା ଟ୍ରଲର,ପିକଅପ ଗାଡି ରେ ଗୋ ଚାଲାଣ ହେଉଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଗୋ ଚାଲାଣ ନେଇ କଡା କାର୍ଯ୍ୟାନୁଷ୍ଠାନ ପରେ କିଛି ମାତ୍ରାରେ ଗୋ ଚାଲାଣ ଉପରେ ରୋକ ଲାଗିଛି। ତଥାପି ଏହି ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇନାହିଁ। ଶୁକ୍ରବାର ଧର୍ମଗଡ ଓ ରବିବାର ବେହେରା ଗୋ ବଜାର ରୁ ଶତାଧିକ ସଂଖ୍ୟକ ଗୋ ସମ୍ପଦ କିଣିବିକା ହୋଇ ଗୋରୁ ମାଫିଆ ଙ୍କ ଦ୍ୱାରା ନିୟୋଜିତ ଦିନ ମଜୁରିଆ ଶ୍ରମିକଙ୍କ ଦ୍ୱାରା ଧର୍ମଗଡ, ଦଣ୍ଡପାଟ ଓ କୋକସରା ଅଞ୍ଚଳ ରୁ ବିଜୁ ଏକ୍ସପ୍ରେସ ୱେ ଓ ଜାତୀୟ ରାଜପଥ ୨୬ ଦେଇ କଳାହାଣ୍ଡି ରୁ ନବରଙ୍ଗପୁର ଜିଲ୍ଲା ଦେଇ କୋରାପୁଟ ଦେଇ ରାଜ୍ୟ ବାହାର କୁ ଗୋ ଚାଲାଣ ସହ ଗୋ ମାଂସ ମଧ୍ୟ ରପ୍ତାନି ହେଉଥିବା ନେଇ ଅଭିଯୋଗ ହେଉଛି। ତେବେ ଏଦିଗରେ ବର୍ତ୍ତମାନ ର ସରକାର କଡା ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ତାହା କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ