Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

ଭୁବନେଶ୍ଵର୧୫।୨: ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ କିଛିଦିନ ହେବ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ସେ ଭୁବନେଶ୍ଵରରେ ଆୟୋଜିତ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ରେ ସମସ୍ୟା ଦେଖାଦେଇଥିଲା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ସ୍ବାସ୍ଥ୍ୟ ବସ୍ଥାରେ ଉନ୍ନତି ପାଇଁ ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରଯାଇଥିଲା। ଯାଯାବର, ନାଗଫାଶ ଭଳି ପ୍ରମୁଖ ଚଳଚ୍ଚିତ୍ରରେ କରିଥିଲେ କଣ୍ଠଦାନ। ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସହିତ ଗୀତ ଗାଇ ଓଡିଆ ସିନେମା ଜଗତକୁ ଦେଇଛନ୍ତି ଅନେକ ହିଟ୍ ସଙ୍ଗୀତ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories