Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲେତେର ଉଚ୍ଚ ବିଦ୍ୟାଳୟ ରରୋପ୍ୟ ଜୟନ୍ତୀ ସମାରୋହ, ଉପାନ୍ତ ଅଞ୍ଚଳରେ ଶିକ୍ଷା କୁ ଉଜ୍ଜୀବିତ କରିଛି।

କଳାହାଣ୍ଡି ତା,୧୮/୦୨
କଳାହାଣ୍ଡି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ଶିକ୍ଷା ରେ ଏକ ପ୍ରଦୀପ ର ଆଲୋକ ବର୍ତ୍ତିକା ସାଜିଛି ଲେତେର ତ୍ରୀଶକ୍ତି ଉଚ୍ଚ ବିଦ୍ୟାଳୟ । ବୁଧବାର ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ଉତ୍ସଵରେ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ମୂଖ୍ୟଅତିଥି, ଶିକ୍ଷାବିତ ଅଜୟ କୁମାର ମିଶ୍ର ମୂଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବରେ ପ୍ରସନ୍ନ ରାଉତ,ବିଶ୍ବମ୍ବର ନାଏକ ଏବଂ ସରପଞ୍ଚ ଦମୟନ୍ତି ଭୋଇ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ମୋତିଲାଲ ନାଏକ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପାନ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅନୁଷ୍ଠାନ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ,ପରିଚାଳନା କମିଟିର ସଦସ୍ୟ ତଥା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ