ଶ୍ରମ ବିଭାଗର ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର
ଅସ୍ତରଙ୍ଗ୨୧/୨ ,ଦିନକୁ ଦିନ ଆମ ଅଞ୍ଚଳ ରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସରକାର ଶିଶୁ ଶ୍ରମିକ ଆଇନ କୁ କଠୋର କରିବା ସହିତ ବିଭିନ୍ନ ସମୟ ରେ ସଚେତନତା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଏହାର ଓଲଟା ଦୃଶ୍ୟ ଅନେକ ସମୟ ରେ ଦେଖିବାକୁ ମିଳୁଛି l ଶିଶୁ ମାନଙ୍କୁ ନେଇ ଅନେକ ବ୍ୟବସାୟିକ ଅନୁଷ୍ଠାନ ଶ୍ରମିକ ହିସାବରେ କାର୍ଯ୍ୟ ରେ ନିୟୋଜିତ କରିବା ଏକ ପ୍ରକାର ଧର୍ତ୍ତବ୍ୟ ଅପରାଧ ଥିବା ବେଳେ ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଏହାକୁ ବେଖାତିର କରୁଛନ୍ତି ଅନେକ ବ୍ୟବସାୟୀ l ଏହାକୁ ଦୃଷ୍ଟି ରେ ରଖି ଆଜି ପୁରୀ ଜିଲା ଶ୍ରମ ବିଭାଗ, ଚାଇଲଡ ହେଲ୍ପ ଲାଇନ ର ମିଳିତ ତିନି ଜଣିଆ ଟିମ୍ ଓ ଅସ୍ତରଙ୍ଗ ପୋଲିସ ବିଭାଗ ର ସହାୟତା ରେ ଅସ୍ତରଙ୍ଗ ଅଞ୍ଚଳ ରେ ଚାରି ଗୋଟି ସ୍ଥାନରେ ଚଢ଼ାଉ ଜାରି କରିଥିଲେ l ଇତି ମଧ୍ୟ ରେ ଅସ୍ତରଙ୍ଗ ମୁଖ୍ୟ ବଜାର ସ୍ଥିତ ଜେବିଏସ ହୋଟେଲ ରୁ ଜଣେ ଶିଶୁ ଶ୍ରମିକ କୁ ଉଦ୍ଧାର କରି ଅସ୍ତରଙ୍ଗ ଥାନା ରେ ରଖିଥିଲେ, ଅସ୍ତରଙ୍ଗ ପୋଲିସ ର ପଚରା ଉଚରା ପରେ ଜଣାପଡିଥିଲା ପିଲା ର ଘର ମୟୁରଭଞ୍ଜ ରେ, ଉକ୍ତ ପିଲା କୁ ଉଦ୍ଧାର କରି ପୁରି ସିଡବ୍ଲୁସି ରେ ଛଡାଯାଇଛି l ଏହାପରେ ଉକ୍ତ ପିଲା ର ପରିବାର କୁ ଯୋଗାଯୋଗ କରି ତାକୁ ଛାଡିଦିଆଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ର ଅତିରିକ୍ତ ଶ୍ରମ ଅଧିକାରୀ ଚିନ୍ମୟ ପ୍ରିୟଦର୍ଶୀ ଙ୍କ ନେତୃତ୍ୱ ରେ ଏହି ଶିଶୁ ବାଳକ ଶ୍ରମିକ କୁ ଉଦ୍ଧାର କରାଯିବା ପରେ ଆଗାମୀ ଦିନରେ ଘଟଣା ର ତଦନ୍ତ କରାଯାଇ ସମ୍ପୃକ୍ତ ହୋଟେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ତଦନ୍ତ କରି ଦଳ l

