Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ

ବାଲିଗୁଡା, ତା, ୨୫/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ଚତୁର୍ଭୁଜ ରାଉତ, ଜିଲ୍ଲା ସଂପାଦକ ରଞ୍ଜନ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ, ଜିଲ୍ଲା କମିଟି ସଦସ୍ୟ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ଯୋଗଦେଇ ଆସନ୍ତା ତିନି ବର୍ଷ ପାଇଁ ଓଷ୍ଟାର ନୀତି ନିୟମ ଅନୁସାରେ କ.ନୂଆଗାଁ ବ୍ଲକର କମିଟି ନିର୍ବାଚନ କରିଥିଲେ। ଏହି ନିର୍ବାଚନରେ ନୂତନ ସଭାପତି ଭାବେ ବି.ଦୁର୍ଯ୍ୟୋଧନ ରେଡ଼ି, ଉପ ସଭାପତି ଭାବେ ବନ ବିହାରୀ ସୁବୁଦ୍ଧି, ମହିଳା ଉପ ସଭାପତି ସଂଯୁକ୍ତା ବିଶ୍ବାଳ, ସଂପାଦକ ଅବଦୁଲ ଗଫୁର ଖାଁ, ସହ ସଂପାଦକ ଭାବେ ସତ୍ୟ ନାରାୟଣ ବେହୁରା, ମହିଳା ସହ ସଂପାଦକ ଭାବେ ଉଷାରାଣୀ ଶତପଥୀ, ଜିଲ୍ଲା କମିଟି ସଦସ୍ୟ ଭାବେ ପ୍ରକାଶ ରଥ, ରାଜ୍ୟ କମିଟି ସଦସ୍ୟ ଭାବେ ମନୋରଞ୍ଜନ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକରେ ଥ‌ିବା ଓଷ୍ଟାର ସମସ୍ତ ଶତାଧୂକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥ‌ିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ସହିତ ଶୁଭକାମନା ଜଣାଇ ବିଦାୟୀ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ସହ କାର୍ଯ୍ୟକ୍ରମ ଶେଷରେ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ ଶପଥ ପାଠ କରାଇବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷକ ମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ