Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପାଇଁ ସମର୍ଥନ ଜଣାଇଲେ ସାନ ପୋଡ଼ାଗୁଡା ପଞ୍ଚାୟତବାସୀ।

କଳାହାଣ୍ଡି,୨୮/୦୨
ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ସୀମା ପୁନଃଗଠନ ହେତୁ ଉଚ୍ଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ଦିଆଗଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ମଣ୍ଡଳୀ ବୃଦ୍ଧି ନେଇ ସୂଚନା ମିଳିବା ପରେ କୋକସରା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପାଇଁ କୋକସରା ବ୍ଲକ ସ୍ତରୀୟ ନିର୍ବାଚନ ମଣ୍ଡଳୀ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ଗ୍ରାମ ପଞ୍ଚାୟତରେ ପହଞ୍ଚି ଅଞ୍ଚଳବାସୀ ଙ୍କ ସହିତ ଏ ଦିଗରେ ଜନମତ ସଂଗ୍ରହ ସହ ବୈଠକ କରି ଆଲୋଚନା କରାଯାଉଛି। ଏହି କ୍ରମରେ ଶନିବାର ବ୍ଳକର ସାନ ପୋଡ଼ାଗୁଡା ପଞ୍ଚାୟତ ସଭାଗୃହ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଲକ୍ଷ୍ମୀ କାନ୍ତ ପୁଝରୀ ଙ୍କ ସଭାପତିତ୍ବ ରେ ପୋଡ଼ାଗୁଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଆସିଥିବା ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଯୁବଗୋଷ୍ଟି ବୈଠକରେ ଉପସ୍ଥିତ ରହି ନିର୍ବାଚନ ପୁନର୍ଗଠନ ପ୍ରସ୍ତାବ କୁ ସମର୍ଥନ ଜଣାଇବା ସହ ପୂର୍ବ ସ୍ୱାଭିମାନ ଗୌରବ କୁ ଫେରେଇ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ଏହି କ୍ରମରେ ପଞ୍ଚାୟତ ସ୍ତରରୁ ଦାବି କୁ ତୀବ୍ର କରିବା ପାଇଁ ପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ନିମନ୍ତେ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ବୈଠକରେ ସ୍ଥାନୀୟ ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, କ୍ଷୀରସିନ୍ଧୁ ଦାସ, ହରେକୃଷ୍ଣ ନାଏକ, ଭାରତୁ ନାଏକ, ଟଙ୍କ ଧର ନାଏକ, ପ୍ରୀତିରାଜ ଗୋପାଳ, ତୁଲାରାମ ନାଏକ,ଭୋଳା ବୋଡାକିଆ,ରମେଶ ମେହେର, ପ୍ରସନ୍ନ କୁମାର ନାଏକ, ଚୌବନ ମେହେର, ଅଜୟ କୁମାର ମାଝୀ, ଧନୁ ବାଗ,ବାଲ୍ମୀକି ବାଗ,ବବୃବାହାନ ପୁଝରୀ,ଶ୍ୟାମ ସୁନ୍ଦର ଗୋପାଳ, ଗୋପଲାଲ ଗୋପାଳ ସମେତ ଶତାଧିକ ପଞ୍ଚାୟତବାସୀ ଓ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ପୁରୁଷୋତ୍ତମ ଗୁପ୍ତା, ଧବଲେଶ୍ୱର ନାଗ,ଧର୍ମାନନ୍ଦ ନାଏକ,ରଘୁମଣି ଖମାରି, କେଶବ ଚନ୍ଦ୍ର ନାଏକ,ଶ୍ରୀମନ୍ତ ପାଢ଼ୀ, ରବି ନାରାୟଣ ଦାସ, ସନତ କୁମାର ପ୍ରଧାନୀ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।ପରବର୍ତ୍ତୀ ବୈଠକ ଆସନ୍ତା ୧୩ ତାରିଖରେ ଗୋତମୁଣ୍ଡା ପଞ୍ଚାୟତ ରେ ହେବାକୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories