Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଘାଟି ରେ ଓଲଟିଲା ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର।

କଳାହାଣ୍ଡି,୦୨/୦୨
ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରେ ସୋମବାର ମଧ୍ୟାହ୍ନ ରେ ଏକ ମାଲ ପରିବହନ ଟ୍ରକ (ଏପି ୧୬ ଟି ଜେ ୧୮୭୭) ଘାଟି ରାସ୍ତା ଏକ ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ସହ ରାସ୍ତା ରେ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣା ରେ ଟ୍ରକ ର ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଏହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ସମେତ ଜଣେ ଯୁବ ସାମ୍ବାଦିକ ସେମାନଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନା କୁ ପଠାଇଥିଲେ। ତେବେ ଘାଟି ରେ ଟ୍ରକ ଓଲଟି ପଡିଥିବା କାରଣରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି।ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଟ୍ରକ କୁ ଜବତ ସହ ଘଟଣା ତଦନ୍ତ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ