Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ରେ ନକଲି ମଦ କାରଖାନା ଠାବ, ନକଲି ବିଦେଶୀ ମଦ ସହ ରାଜ୍ୟ ବାହାର ର ଅଭିଯୁକ୍ତ ଗିରଫ।

କଳାହାଣ୍ଡି,୦୨/୦୨
କଳାହାଣ୍ଡି ଜିଲ୍ଲାରେ ନକଲି ବିଦେଶୀ ମଦ ର କାରବାର ର ପର୍ଦାଫାସ କରିଛି ଅବକାରୀ ବିଭାଗ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ ଜଗନ୍ନାଥ ମନ୍ଦିର ପଡା ରେ ଭଡା ନେଇ ରହୁଥିବା ଏକ ଘର ଉପରେ ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ବୋତଲ ଠିପି,ଷ୍ଟିକର ଜବତ କରାଯାଇଛି। ଏହି ମାମଲା ରେ ତିନି ଜଣ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ l ଗିରଫ ବ୍ୟକ୍ତି ହେଲେ ବିହାର ରାଜ୍ୟ ର ବୋଲି ଜଣା ପଡିଛି l ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳ କୁ ବେଆଇନ ଭାବେ ମଦ ସପ୍ଲାୟା କରୁଥିଲେ l ତେବେ କୌଣସି ସୂତ୍ରରୁ ଖବର ପାଇଁ ଆଜି ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀ ର ଷ୍ଟିକର, ଖାଲି ବୋତଲ, ଠିପି ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ