Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାଜଧାନୀରେ ବର୍ବରକାଣ୍ଡ। ଫୁଲେଶ୍ଵରି ବସ୍ତିରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ହୋଲି ପୂର୍ବରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ମହିଳାଙ୍କୁ କରାଗଲା ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ମୃତକ ହେଲେ ସାବିତ୍ରୀ ମଲ୍ଲିକ । ଭରତପୁର ଫୁଲେଶ୍ଵରି ବସ୍ତି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଭରତପୁର ଥାନା ପୋଲିସ ସାବିତ୍ରୀଙ୍କ ଶବ ଜବତ କରିଛି । ଫେରାର ହେବା ପୂର୍ବରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ କାବୁ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ