Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ଲିଆ ପରିବାର ପକ୍ଷରୁ ୪୭ ବର୍ଷ ପରେ ବାଲିଯାତ୍ରା ପାଳନ, କୁଣ୍ଟେନ ବୁଢ଼ୀ ଓ ରଏଲୋ ଭିମା ଙ୍କ ବିବାହ ସହ ବାଲିଯାତ୍ରା ସମ୍ପନ୍ନ।

କଳାହାଣ୍ଡି,୦୫/୦୨(ଆପ୍ର)
ଆଦିବାସୀ ସମ୍ପ୍ରଦାୟ ରେ ରହିଛି ଅନେକ ପରମ୍ପରା ତନ୍ମଧ୍ୟରୁ ବାଲିଯାତ୍ରା ପର୍ବ ଅନ୍ୟତମ। ଦିର୍ଘ ୪୭ ବର୍ଷ ପରେ ସର୍ଲିଆ ପରିବାର ପକ୍ଷରୁ କୋକସରା ବ୍ଲକ ଲଡୁଗାଁ ଠାରେ ଦିର୍ଘ ୧ ମାସ ରୁ ଉର୍ଦ୍ଧ ଧରି ପାଳନ ହେଉଥିବା ବାଲିଯାତ୍ରା ଗୁରୁବାର କୁଣ୍ଟେନ ବୁଢ଼ୀ ଓ ରଏଲୋ ଭିମା ଙ୍କ ବିବାହ ସହ ସମ୍ପନ୍ନ ହୋଇଯାଇଛି। ବାଲିଯାତ୍ରା ହେଉଛି ଏକ ଆଦିବାସୀ ପରମ୍ପରା ର ଯାତ୍ରା, ଏହି ବାଲିଯାତ୍ରା ରେ ଅନେକ ପରମ୍ପରା ରହିଛି। ବାଲିଯାତ୍ରା ର ମୁଖ୍ୟ ପୁରୋଧା ଗୁରୁମେ(ଅର୍ଦ୍ଧ ନାରୀ ଅର୍ଦ୍ଧ ପୁରୁଷ) ଙ୍କୁ ପ୍ରଥମେ ଗ୍ରାମବାସୀ ଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥାଏ। ପରେ ଗୁରୁମେ ବାଲିଯାତ୍ରା ପଡିଆ ରେ ଏକ ଅସ୍ଥାୟୀ ମାଟି ଘର ନିର୍ମାଣ କରି ପୂଜାବିଧି ଆରମ୍ଭ କରନ୍ତି। ଗ୍ରାମ ଦେବାଦେବୀ ସମେତ ବାର ଭିମା ଯଥା କୁଣ୍ଟେନ ଭିମା,ବରା ଭିମା, ହରିବୋଲ ଭିମା,ଗଜ ଭିମା, ସଗରିଆ ଭିମା,ମଣ୍ଡଳ ଭିମା,ପଣ୍ଡରା ଭିମା,ଅର୍ଜୁନ ଭିମା,ଠେଙ୍ଗୁଆ ଭିମା,ପିଲା ଭିମା, ନଙ୍ଗଲୁ ଭିମା, ବୁଢା ଭିମା ଓ କୋନ୍ଦନୀ ଦେବୀ ଙ୍କୁ ଆବାହନ କରିବା ପରେ ପ୍ରତିଦିନ ସନ୍ଧ୍ୟାରେ ଗୁରୁମେ ପୂଜାପାଠ ପରେ ଅନେକ କୁମାରୀ ଝିଅ ଙ୍କୁ କାଲିସି ଲାଗିହୁଏ।ଏହି ଅସ୍ଥାୟୀ ବାଲିଘର ରେ ଭିମା ଙ୍କ ଜନ୍ମ ରୁ ବିବାହ ଯୋଗ୍ୟ ହେବା ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟ ରୀତିନୀତି ଅନୁସାରେ ଏକ ମାସ କାଳ ଧରି ପାଳନ କରାଯାଇଛି,ପରେ କୁଣ୍ଟେନ ବୁଢ଼ୀ ଙ୍କ ସହ ଭିମା ଙ୍କ ବିବାହ ପ୍ରସ୍ତାବ ପଡିବା ସହ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଯାଇଛି । ବିବାହ ସମ୍ପନ୍ନ ହେବାପରେ କୁଣ୍ଟେନ ବୁଢ଼ୀ ଓ ରଏଲୋ ଭିମା ଙ୍କ ଖୁଣ୍ଟ କୁ ପୂଜାର୍ଚ୍ଚନା ପରେ ପୋତା ଯାଇଛି। କୁଣ୍ଟେନ ବୁଢ଼ୀ ଓ ରଏଲୋ ଭିମା ଙ୍କ ଖୁଣ୍ଟ ସ୍ଥାପନ ପରେ ପୂଜା ରେ ଏକ ପଶୁ (ଘୁଷୁରି) କୁ ମାଟି ଦେବତା ଙ୍କ ନିକଟରେ ବଳି ଅର୍ପଣ କରା ଯାଇଥିଲା ଓ ବୋଦା କୁକୁଡ଼ା ବଳି ଉତ୍ସର୍ଗ କରାଯାଇଛି। ତା ପରଦିନ ବାଲିଯାତ୍ରା କୁ ଆସିଥିବା ବନ୍ଧୁ ବାନ୍ଧବ ସମ୍ପର୍କୀୟ ଓ ଅତିଥି ଙ୍କୁ ଭୋଜିଭାତ ର ଆସର ରେ ଆପ୍ୟାୟିତ କରାଯାଇଥାଏ। ଏହି ବାଲିଯାତ୍ରା ରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଅଞ୍ଚଳ ର ସର୍ଲିଆ ପରିବାର ର କୁଟୁମ୍ବ ମାନେ ଶତାଧିକ ସଂଖ୍ୟା ରେ ଅଂଶଗ୍ରହଣ କରିଥିଲେ। ୧ ମାସ ଧରି ପାଳିତ ବାଲିଯାତ୍ରା ଉତ୍ସଵ କୁ ଲଡୁଗାଁ ସର୍ଲିଆ ପରିବାର ର କର୍ମକର୍ତ୍ତା ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ