Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧୁ ମାଧବ ତୀର୍ଥକ୍ଷେତ୍ର ରେ ୨୬ ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀ ରାମ ନବମୀ ମହୋତ୍ସବ ପାଳନ।

କଳାହାଣ୍ଡି,୧୦/୦୩
କଳାହାଣ୍ଡି ଜିଲ୍ଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ବିଗତ ୫୦ ବର୍ଷ ରୁ ଉର୍ଦ୍ଧ ହେବ ପ୍ରତିବର୍ଷ ଶ୍ରୀ ରାମ ନବମୀ ମହୋତ୍ସବ ପାଳନ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟି ଇଟିଜି ଖଲିଗଡ଼ ପରିଚାଳନା ରେ ଆସନ୍ତା ୨୬ ତାରିଖ ଠାରୁ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବରରେ ଶ୍ରୀ ରାମ ନବମୀ ମହୋତ୍ସବ ପାଳନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।୨୬ ତାରିଖ ଅପରାହ୍ନ ରେ କଲସ ଯାତ୍ରା,୨୭ ତାରିଖରେ ଶ୍ରୀରାମ ନବମୀ ପୁଜା ଆରମ୍ଭ, ରାମ ଚରିତ ମାନସ ପଠନ,ପୁଣ୍ୟ କୁଣ୍ଡ ସ୍ନାନ,୨୮ ତାରିଖରେ ଭୈରବ ପୂଜା,ଭଇଁରା ଘୁମର ଦର୍ଶନ, ୨୯ ତାରିଖରେ ପ୍ରାଗ ଶିଳାଲିପି ଗୁଡ଼ହାଣ୍ଡି ଦର୍ଶନ,୩୦ ତାରିଖରେ ଡୋକରି ଦେବି ପୂଜା, ଷୋହଳ ପ୍ରହର ନାମଯଜ୍ଞ ପାଇଁ କଲସ ଯାତ୍ରା,୩୧ ତାରିଖରେ ଋଷିଗୁମ୍ଫା, ପୁଣ୍ୟକୁଣ୍ଡ, ସ୍ୱର୍ଗଗଙ୍ଗା ଦର୍ଶନ ଓ ପ୍ରାତଃ ସମୟ ରୁ ନାମ ଆରମ୍ଭ, ୧ ତାରିଖରେ ଅହରହ ନାମଯଜ୍ଞ,୨ ତାରିଖରେ ନାମଯଜ୍ଞ ସମାପନ,ଦହି ହାଣ୍ଡିଭଗ୍ନ ସହ ଶ୍ରୀରାମ ନବମୀ ପୂର୍ଣାହୁତି କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ପୂଜାକର୍ତ୍ତା ଭାବେ ରଘୁନାଥ ନାଗ,ଦେମତି ନାଗ ସପତ୍ନୀକ କାର୍ଯ୍ୟ ତୁଲାଇବେ।ଏହି ମହୋତ୍ସବ ରେ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ବେଳେ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ଆନନ୍ଦ ବଜାର ରେ ଅନ୍ନଭୋଗ ବ୍ୟବସ୍ଥା,ବିଶ୍ରାମ ବ୍ୟବସ୍ଥା,ପାନୀୟ ଜଳ ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ନେଇ ଉନ୍ନୟନ ଇଟିଜି କମିଟି ର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ