Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ବିଜେପି ଉପ ସଭାପତି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କୋକସରା ବିଜେପି କର୍ମକର୍ତ୍ତା।

କଳାହାଣ୍ଡି,୧୦/୦୩
ରାଜ୍ୟ ବିଜେପି ଉପ ସଭାପତି ଭବେନ୍ଦ୍ର ପଣ୍ଡା ଗତକାଲି କୌଣସି ଏକ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଯାଉଥିବା ସମୟରେ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ର କୋକସରା, ମୋଟେର ଓ ଆମପାଣି ମଣ୍ଡଳ ର କର୍ମକର୍ତ୍ତା ମାନେ ତାଙ୍କୁ କୋକସରା ଗ୍ରାମ ରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମଣ୍ଡଳ ସଭାପତି ବସନ୍ତ ନାଗ, ଧର୍ମବ୍ରତ ପଣ୍ଡା, ମଧୁବନ ପାତ୍ର, ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ,ଧର୍ମାନନ୍ଦ ନେଗି, ନବୀନ ପ୍ରଧାନୀ, ଦୈତାରି ବାରିକ, ସୋମନାଥ ବାଗ, ବିନୋଦ ବିହାରୀ ରାଉତ,ଭାବଗ୍ରାହୀ ପ୍ରଧାନୀ, ମୁକୁନ୍ଦ ପୋଢ଼,ଧବଳେଶ୍ବର ଗୋପାଳ,ଇଶରାମ ସୁନାନୀ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ପଣ୍ଡା ଲୋକଙ୍କ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ ଧାରା କୁ ତୃଣମୂଳ ସ୍ତରରେ ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚାଇବା କୁ ଚେଷ୍ଟା କରିବାକୁ କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ