Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଗ୍ରାମରକ୍ଷୀ ମୃତ, ଯବାନ ଗୁରୁତର।

କଳାହାଣ୍ଡି,୧୧/୦୩
ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ କୋକସରା ବଙ୍ଗୋମୁଣ୍ଡା ଛକ ନିକଟରେ ବୁଧବାର ମଧ୍ୟାହ୍ନ ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗ୍ରାମରକ୍ଷୀ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ ରେ ଥିବା ଜଣେ ଯବାନ ଗୁରୁତର ହୋଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ମତେ ଆଜି କୋକସରା ବଙ୍ଗୋମୁଣ୍ଡା ଛକ ନିକଟରେ ସ୍ଥାନୀୟ ଝରିଆଗୁଡା ଗ୍ରାମ ର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ (୫୩) ଓ ବିପରୀତ ଦିଗରୁ ଆସୁଥିବା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ କାନ୍ଦୁଲଗୁଡା ଗ୍ରାମ ର ବାଇକ ଚାଳକ ଗୁପ୍ତେଶ୍ଵର ନାଏକ ଙ୍କ ସହ।ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଗୋଡ଼ ଆଣ୍ଠୁ ରୁ କଟି ଯାଇ ଅତି ସଂକାଟାପନ୍ନ ଅବସ୍ଥାରେ ରହିଥିଲା। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ, ଦମକଲ କର୍ମଚାରୀ ସମେତ ପୋଲିସ ପହଞ୍ଚି ଗୁରୁତର ଙ୍କୁ କୋକସରା ମେଡ଼ିକାଲ କୁ ପଠାଇଥିଲେ।ତେବେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଗ୍ରାମରକ୍ଷୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଙ୍କ।ମୃତ୍ୟୁ ହୋଇଥିଲା ଓ ଗୁରୁତର ଯୁବକ ଗୁପ୍ତେଶ୍ଵର ଙ୍କୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ଦୁଇ ବାଇକ କୁ ଜବତ କରିବା ସହ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଉପସ୍ଥିତ ରହି ଘଟଣା ର ତଦନ୍ତ ଜାରି ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ