କୋକସରା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ,ଗୋତମୁଣ୍ଡା ପଞ୍ଚାୟତବାସୀ ଙ୍କ ଜୋରଦାର ସମର୍ଥନ।
କଳାହାଣ୍ଡି,୧୩/୦୩
ସର୍ବପୁରାତନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ସୀମା ପୁନଃଗଠନ ହେତୁ ଉଚ୍ଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ଦିଆଗଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ମଣ୍ଡଳୀ ବୃଦ୍ଧି ନେଇ ସୂଚନା ମିଳିବା ପରେ କୋକସରା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପାଇଁ କୋକସରା ବ୍ଲକ ସ୍ତରୀୟ ନିର୍ବାଚନ ମଣ୍ଡଳୀ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଦାବି କୁ ଜୋରଦାର କରାଯାଇଛି। ଏହି କମିଟି ବିଭିନ୍ନ ଗ୍ରାମ ପଞ୍ଚାୟତରେ ପହଞ୍ଚି ଅଞ୍ଚଳବାସୀ ଙ୍କ ସହିତ ଏ ଦିଗରେ ଜନମତ ସଂଗ୍ରହ ସହ ବୈଠକ କରି ଆଲୋଚନା କରାଯାଉଛି। ଏହି କ୍ରମରେ ଶୁକ୍ରବାର ଗୋତମୁଣ୍ଡା ପଞ୍ଚାୟତ ରାଜୀବ ଗାନ୍ଧୀ ସଭାଗୃହ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ଙ୍କ ସଭାପତିତ୍ବ ରେ ଗୋତମୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଆସିଥିବା ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଯୁବଗୋଷ୍ଟି ବୈଠକରେ ଉପସ୍ଥିତ ରହି ନିର୍ବାଚନ ପୁନର୍ଗଠନ ପ୍ରସ୍ତାବ କୁ ସମର୍ଥନ ଜଣାଇବା ସହ ପୂର୍ବ ସ୍ୱାଭିମାନ ଗୌରବ କୁ ଫେରେଇ ଆଣିବା ପାଇଁ ଦଳ ମତ ନିର୍ବିଶେଷରେ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରକାଶ କରିଛନ୍ତି ।
ଏହି କ୍ରମରେ ପଞ୍ଚାୟତ ସ୍ତରରୁ ଦାବି କୁ ତୀବ୍ର କରିବା ପାଇଁ ଗୋତମୁଣ୍ଡା ପଞ୍ଚାୟତ ନିମନ୍ତେ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ବୈଠକରେ ସ୍ଥାନୀୟ ସଚେତନ ନାଗରିକ ପୂର୍ଣ୍ଣଚନ୍ଦ୍ର ନାଏକ, ସୁବାଷ ଖର୍ସେଲ, ନିରଞ୍ଜନ ବାଗ, ରତନ ମାଝୀ ,ବଳିଆର ସିଂ ମୋରେଇ, ହିମାଞ୍ଚଲ ପୁଝାରି, ଦ୍ରୋଣାଚାର୍ଯ୍ୟ ପୁଝରୀ, ମୁକୁନ୍ଦ ମାଝୀ, ତୁଳସୀ ବିହାରୀ, ଗଙ୍ଗାରାମ ଗୋପାଳ, ତରୁଣ ଗୋପାଳ, ତୁଲାରାମ ଗୋପାଳ, ହଜାମନ ନିଆଳ, କୁଞ୍ଜ ବିହାରୀ ସୋରି, ଯଦୁମଣି ଦୁର୍ଗା, ପୂର୍ବତନ ଜିଲ୍ଲା ପରିଷଦ ଜାଜ୍ଞାସେନି ହଂସ, ବିଜେପି ନେତ୍ରୀ ପ୍ରାଞ୍ଜଳି ପ୍ରଧାନ
ସମେତ ଶତାଧିକ ପଞ୍ଚାୟତବାସୀ ଓ କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ଉପ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ପୁରୁଷୋତ୍ତମ ଗୁପ୍ତା, ଅଶୋକ କୁମାର ଦାସ, ଶ୍ରୀନିବାସ ପ୍ରଧାନୀ, ମହେନ୍ଦ୍ର ନେଗି,,ପ୍ରମୋଦ ପ୍ରଧାନୀ, ତ୍ରିଭୁବନ ନାଏକ,ଶ୍ରୀମନ୍ତ ପାଢ଼ୀ, ରବି ନାରାୟଣ ଦାସ, ସନତ କୁମାର ପ୍ରଧାନୀ,ଦୁଷ୍ମନ୍ତ ପଟ୍ଟଯୋଶୀ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।

