ଦତ୍ତେଶ୍ଵରଙ୍କୁ ହରାଇ ଜିତିଲେ ଦିଲ୍ଲୀପ; କେତେ ଭୋଟ୍ ପାଇଲେ ମନମୋହନ, ସୁଜିତ୍ ?
ଟଣାଓଟରା, କ୍ରସ୍ ଭୋଟିଂ ଭିତରେ ଆସିଛି ରାଜ୍ୟସଭା ଫଳାଫଳ । ବିଜୟୀ ହୋଇଛନ୍ତି ମନମୋହନ ସାମଲ, ସୁଜିତ୍ କୁମାର, ଦିଲ୍ଲୀପ ରାୟ ଓ ସନ୍ତୃପ୍ତ ମିଶ୍ର । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ସହ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ଦିଲ୍ଲୀପ ରାୟ ବାଜି ମାରି ନେଇଛନ୍ତି ।
ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟସଭା ନିର୍ବାଚନ ଫଳାଫଳ ନେଇ ସୂଚନା ଦେଇଛନ୍ତି । ସନ୍ତୋଷ ଖଟୁଆ କହିଛନ୍ତି, “ପ୍ରଥମ ପସନ୍ଦ ଭୋଟ୍ ପ୍ରଥମ ପ୍ରାର୍ଥୀଙ୍କୁ ଯାଇଥାଏ । ସେହି ଅନୁସାରେ ମନମୋହନ ସାମଲଙ୍କୁ ୩୫, ସୁଜିତ୍ କୁମାରଙ୍କୁ ୩୫, ସନ୍ତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ରାୟଙ୍କୁ ୨୩, ଦତ୍ତେଶ୍ଵର ହୋତ୍ତାଙ୍କୁ ୨୩ ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା ।”
ପ୍ରଥମ ପସନ୍ଦକୁ ମିଳିଥିବା ୩୦ରୁ ଅଧିକ ଭୋଟ୍ରୁ ବଳକା ଭୋଟ୍ ଦ୍ଵିତୀୟ ପସନ୍ଦକୁ ଯାଇଥାଏ । ସେହି ଅନୁପାତରେ ସନ୍ତୃପ୍ତ ମିଶ୍ରଙ୍କ ଗୋଟିଏ ଭୋଟ୍ ବଳକା ଥିବାରୁ ତାହା ଦତ୍ତେଶ୍ଵର ହୋତାଙ୍କୁ ଯାଇଥିଲା । ଫଳରେ ଦତ୍ତେଶ୍ଵର ହୋତା ୨୪ ଭୋଟ୍ ପାଇଛନ୍ତି ।
ମନମୋହନ ସାମଲ ଓ ସୁଜିତ କୁମାରଙ୍କ ୫.୮ ପ୍ରତିଶତ ଭୋଟ୍ ଏଭଳି ୧୧ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି । ଦିଲ୍ଲୀପ ରାୟ ୩୪ ଭୋଟ୍ ପାଇଥିବା ସୂଚନା ଦେଇଛନ୍ତି ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ।

