ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଲଡୁଗାଁ ଠାରେ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ।
କଳାହାଣ୍ଡି,୧୭/୦୩
ଭିନ୍ନକ୍ଷମ ଙ୍କ ପାଇଁ ଆଶା ର ଆଲୋକ ନେଇ ଆସିଛି ମାରୱାଡି ଯୁବାମଞ୍ଚ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ସ୍ଥାନୀୟ ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଆୟୋଜନ କରାଯାଇଛି । ରାଞ୍ଚି ର ସ୍ବେଛାସେବୀ ଅନୁଷ୍ଠାନ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ର ମିଳିତ ସହଯୋଗ ରେ ଏହି ଶିବିର ଆୟୋଜିତ ହେଉଥିବା ଜଣାପଡିଛି। ଏହି ଶିବିରରେ କୋକସରା, ଜୟପାଟଣା ବ୍ଲକ ସମେତ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଭିନ୍ନକ୍ଷମ ହିତାଧିକାରୀ ମାନେ ଆସି ରେଜିଷ୍ଟ୍ରେସନ ସହ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ମାଗଣା ରେ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ରୋଗୀ ଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାରୱାଡି ଯୁବା ମଞ୍ଚ ଲଡୁଗାଁ ଶାଖା ର ସଭାପତି ସାହିଲ ଅଗ୍ରୱାଲ, ସଚିବ ଗୌରବ ଅଗ୍ରୱାଲ, କାର୍ଯ୍ୟକାରୀ ଅଧ୍ୟକ୍ଷ ରୋନକ ଅଗ୍ରୱାଲ,ମାରୱାଡି ସମାଜ ର କର୍ମକର୍ତ୍ତା ଗୌତମ ଅଗ୍ରୱାଲ, ଯୁଗଳ କିଶୋର ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,ସଦସ୍ୟ ରାଜୀବ କୁମାର ଅଗ୍ରୱାଲ, ସମୀର ଅଗ୍ରୱାଲ, କୋଷାଧ୍ୟକ୍ଷ ଅମିତ ଅଗ୍ରୱାଲ,ଶ୍ୟାମୁ ଶର୍ମା,ପଙ୍କଜ ଅଗ୍ରୱାଲ, ବିକାଶ ଅଗ୍ରୱାଲ ସମେତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳାନା ରେ ସହଯୋଗ କରିଥିଲେ।

