୨୭ ଜଣ ଆନ୍ଦୋଳନକାରୀ ଚାଷୀ ଙ୍କୁ କୋର୍ଟ ରୁ ଜାମିନ ରେ ଆଣିଲେ ଯବାନ, ଧନ୍ୟବାଦ ଦେଲେ ଚାଷି।
କଳାହାଣ୍ଡି,୨୧/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉଠା ଜଳସେଚନ କେନାଲ ରୁ ରବି ଚାଷ ପାଇଁ ଜଳସେଚନ ଦାବି ରେ ଗତ ୩୧/୧୨/୨୦୨୪ ରେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ଜାତୀୟ ରାଜପଥ ୨୬ କୁ କୋକସରା ଥାନା ମୋଟେର ଛକ ଠାରେ ରାସ୍ତା ଅବରୋଧ କରିବା ସହ ଜଳସେଚନ ଦାବି ଯୋଗାଇ ଦେବାକୁ ଆନ୍ଦୋଳନ କରିଥିଲେ। ଏହି ଘଟଣା ରେ କୋକସରା ପୋଲିସ ପକ୍ଷରୁ ଆନ୍ଦୋଳନ ରେ ସାମିଲ ଥିବା ୩୧ ଜଣ ଆନ୍ଦୋଳନକାରୀ ଚାଷୀ ଙ୍କ ନାମରେ ଜାତୀୟ ରାଜପଥ ଅବରୋଧ କରିବା ନାଁ ରେ ମାମଲା ରୁଜୁ କରା ଯାଇଥିଲା। ତେବେ ଏହି ଘଟଣା ରେ କୋକସରା ପୋଲିସ ପକ୍ଷରୁ ୩୧ ଜଣ ଚାଷୀ ଙ୍କ ନାଁ ରେ ଚାର୍ଜସିଟ ମାନ୍ୟବର ଜେଏମଏଫସି କୋର୍ଟ ରେ ଦାଖଲ ହୋଇଥିଲା। ମାମଲା ର ଶୁଣାଣି ନେଇ ମାନ୍ୟବର କୋର୍ଟ ପକ୍ଷରୁ ୩୧ ଜଣ ଙ୍କ ନାମରେ ନୋଟିସ ଜାରି ହେବା ସହ କୋର୍ଟ ରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ଶୁକ୍ରବାର ଏହି ଘଟଣା ର ଶୁଣାଣି ମାନ୍ୟବର ବିଚାରପତି କରିବା ସହ ୩୧ ଜଣ ଙ୍କ ମଧ୍ୟରୁ ଉପସ୍ଥିତ ୨୭ ଜଣ ଚାଷୀ ଙ୍କୁ ଜୟପାଟଣା ବ୍ଲକ ପିପଳଗୁଡା ସପିଗୁଡା ଗ୍ରାମ ର ଜଣେ ଅଵସର ପ୍ରାପ୍ତ ଯବାନ ତ୍ରିଲୋଚନ ଧଙ୍ଗଡା ମାଝୀ ଜାମିନ ରେ ଅଦାଲତ ପକ୍ଷରୁ ବେଲ ମିଳିଛି । ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ କେଶ ପରିଚାଳନା କରିଥିଲେ।ଚାଷି ଙ୍କ ପାଇଁ ଜଣେ ଯବାନ ଙ୍କ ଏହି ମହାନତା କୁ ଚାଷୀମାନେ ସାଧୁବାଦ ଜଣାଇଥିଲେ।ଏହି ଚାଷି ଙ୍କ ମଧ୍ୟରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ଜଗନ୍ନାଥ କୃଷକ ମଞ୍ଚ ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ, ରାଜୀବ କୁମାର ଅଗ୍ରୱାଲ,ପଙ୍କଜ ମୁଖ ଚୌଧୁରୀ,ମାନସ ରଞ୍ଜନ ଵାଗ,ପ୍ରଣବ ବେହେରା,ଗୋବର୍ଦ୍ଧନ ବାଗ,ଲିଙ୍ଗରାଜ ବେହେରା, ପଞ୍ଚକ ପୋଢ଼, ଜୟଲାଲ ନାଏକ,କୁରୁକ୍ଷେତ୍ର ପାଣିଗ୍ରାହୀ, ମୁକ୍ତେଶ୍ଵର ନାଏକ,ଚିନ୍ତାମଣି ପଟେଲ,ରବୀନ୍ଦ୍ର ଦାସ,ନାରାୟଣ ପଟ୍ଟନାୟକ,ରାଜ କିଶୋର ସାହୁ,ଅନୁପ ପଣ୍ଡା ସମେତ ଅନ୍ୟ ଚାଷି ଙ୍କ ଜାମିନ ପ୍ରଦାନ କରାଯାଇଛି।

