ପୋଲିସ ପାଟ୍ରୋଲିଂ ବେଳେ ଜଙ୍ଗଲ ଅଞ୍ଚଳରେ ଗଛିତ ଥିବା ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ
ବାଲିଗୁଡା,ତା, ୨୫/୦୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ଦୁଇ ଦିନରେ ୪୦୫୬ କେଜି ବେଆଇନ ଗଞ୍ଜେଇ ଜବତ ପୋଲିସ କରିଛି । ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି | ଗତ ଦୁଇ ଦିନ ଧରି ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଞ୍ଚଳର ଡ଼ାକା ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୨୦୧୫ କେଜି ବେଆଇନ ଗଞ୍ଜେଇ ଜବତ୍ କରି କେଶ ନଂ.୭୫/୨୬ ପ୍ରକାରେ ଏକ ମାମଲା ରୁଜୁ କରିଥିବା ବେଳେ ପୁଣି ତା ପରଦିନ ସେହିଭଳି ଲଣ୍ଡାଗାଁ ପଞ୍ଚାୟତ ଜଙ୍ଗଲ ଅଞ୍ଚଳରୁ ଗଚ୍ଛିତ ଥିବା ୨୦୪୧ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ନଂ. ୭୬/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। କେହି ଗଞ୍ଜେଇ ମାଫିଆ ଏହି ବେଆଇନ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖି ଥିବା ସନ୍ଦେହ କରାଯାଉଥିବା ଥାନା ଅଧିକାରୀ ଶିବରଞ୍ଜନ ସିଂହ ସୂଚନା ଦେଇଛନ୍ତି ୍ଛି

