Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ସଂସଦ ଭବନ ଲୋକାର୍ପଣ ପାଇଁ ଆରମ୍ଭ ହେଲା ହୋମ; ପୂଜାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୭.୩୦ରେ ନୂଆ ସଂସଦ ଭବନରେ ହୋମ ଆରମ୍ଭ ହୋଇଛି। ହୋମରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା।

ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସହିତ ଯାଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ହୋମ ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ ଓ ଅଧୀନମ୍‌ ମହନ୍ତମାନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ।