WhatsApp Web ବ୍ୟବହାରକୁ ନେଇ ସରକାରଙ୍କ ସତର୍କତା: Office କିମ୍ବା Public Computerରେ Login ରହିଲେ ହୋଇପାରେ ବଡ଼ ବିପଦ
ଅଫିସ୍ କିମ୍ବା ପବ୍ଲିକ୍ କମ୍ପ୍ୟୁଟରରେ WhatsApp Web ବ୍ୟବହାର କରିବା ପରେ Logout ନକରି ଛାଡ଼ି ଦେଉଛନ୍ତି କି? ତେବେ ଆପଣଙ୍କ ବ୍ୟକ୍ତିଗତ ଚାଟ୍, କଣ୍ଟାକ୍ଟ ଓ ଗ୍ରୁପ୍ ଆଲୋଚନା ସାଇବର ଅପରାଧୀଙ୍କ ହାତରେ ପଡ଼ିପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ Indian Cyber Crime Coordination Centre (I4C)ର National Cybercrime Threat Analytics Unit ଏନେଇ ଏକ ଆଡଭାଇଜରି ଜାରି କରିଛି। ସକ୍ରିୟ WhatsApp Web ସେସନ୍ର ଦୁରୁପଯୋଗ କରି ଠକମାନେ ଆପଣଙ୍କ ଆକାଉଣ୍ଟରୁ ମେସେଜ୍ ପଠାଇବା ସହ ପରିଚିତଙ୍କୁ ଠକେଇ, ଫିସିଂ ଓ ଅନ୍ୟ ସାଇବର ଅପରାଧର ଶିକାର କରିପାରନ୍ତି।
ଆଡଭାଇଜରି ଅନୁସାରେ, କେବଳ Browser Window କିମ୍ବା Tab ବନ୍ଦ କରିଦେଲେ WhatsApp Webର Login Session ଶେଷ ହୁଏ ନାହିଁ। ତେଣୁ ପ୍ରତ୍ୟେକ ଥର ବ୍ୟବହାର ପରେ ମାନୁଆଲ୍ ଭାବେ Logout କରିବା ଜରୁରୀ। ବିଶେଷକରି ଅଫିସ୍ କମ୍ପ୍ୟୁଟର, ସେୟାର୍ଡ ସିଷ୍ଟମ୍, ପବ୍ଲିକ୍ କମ୍ପ୍ୟୁଟର କିମ୍ବା ଅନ୍ୟମାନଙ୍କ ପହଞ୍ଚ ଥିବା ଡିଭାଇସ୍ରେ WhatsApp Web ବ୍ୟବହାର କଲେ ଅଧିକ ସତର୍କ ରହିବାକୁ ସାଇବର ସୁରକ୍ଷା ଏଜେନ୍ସି ପରାମର୍ଶ ଦେଇଛି।

