Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ହ୍ୟୁମାନ ରାଇଟ ସଙ୍ଗଠନ ପକ୍ଷରୁ ମାଝୀଗୁଡା ଠାରେ ଜନ ସଚେତନତା କାର୍ଯ୍ୟକ୍ରମ।

କଳାହାଣ୍ଡି,୨୮/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ମାଝୀଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଭାରତୀୟ ହ୍ୟୁମାନ ରାଇଟ ସଙ୍ଗଠନ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ବ୍ଲକ ସଙ୍ଘ ସଭାପତି ପଦ୍ମଲୋଚନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ହ୍ୟୁମାନ ରାଇଟ ସଙ୍ଗଠନ ର ରାଜ୍ୟ ସଭାପତି ମହମ୍ମଦ ମୁସ୍ତାଫା ଓ ଜିଲ୍ଲା ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସ୍ଥାନୀୟ ଜନ ପ୍ରତିନିଧି ପଞ୍ଚକ ପୋଢ଼, ଯୁବ ସମାଜସେବି ରବୀନ୍ଦ୍ର ବାଗ, ନାଏବ ସରପଞ୍ଚ ଧର୍ମେନ୍ଦ୍ର ପୋଢ଼,ବ୍ଲକ ସମ୍ପାଦକ ମୁକୁନ୍ଦ ହଂସ, ଉପଦେଷ୍ଟା ଗରୁଡ଼ ଧ୍ଵଜ ମାଝୀ,ଉପ ସଭାପତି ଚୈତନ୍ୟ ନାଏକ,ଜିଲ୍ଲା ସ୍ତରୀୟ ନିରୀକ୍ଷକ ମହେନ୍ଦ୍ର କୁମାର ଆଚାରି,ସକ୍ରିୟ ସଭ୍ୟ ଚୈତନ୍ୟ ଲହଜଳ ପ୍ରମୁଖ ଉପସ୍ଥିତ ରହି ସଙ୍ଗଠନ ର ଗ୍ରାମାଞ୍ଚଳରେ କାର୍ଯ୍ୟ ସମ୍ପାଦନ ନେଇ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଝୀଗୁଡା ପଞ୍ଚାୟତ ରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିବି ଜି ରାମ ଜି କାର୍ଯ୍ୟ ରେ ଶ୍ରମିକ ମାରଣା ନୀତି,,ଦାଦନ ଶ୍ରମିକ ସମସ୍ୟା, ବିଦ୍ୟୁତ ବିଲ ରେ ଟାଟା କମ୍ପାନୀର ଶୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବୋନସ ଟଙ୍କା ନମିଳିବା, ପିଡ଼ିଏସ ଯୋଜନା ରେ ଅନିୟମିତତା, ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦ୍ୱାରା ପାଇପ ଲାଇନ କାର୍ଯ୍ୟ ଯୋଗୁଁ ପୂର୍ବରୁ ବସୁଧା ଯୋଜନା ରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ସହ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ସରକାର ଙ୍କ ନିକଟରେ ଜନ ସାଧାରଣ ଙ୍କ ମୌଳିକ ଅଧିକାର ପାଇଁ ଦାବି ଉପସ୍ଥାପନ କରାଯିବା ନେଇ ମତ ପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ