Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଧକ୍କା ରେ ବୁଲାବେପାରୀ ଙ୍କ ମୃତ୍ୟୁ କ୍ଷତିପୂରଣ ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ

କଳାହାଣ୍ଡି,୨୯/୦୩
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ ବିଅରବାର ନିକଟରେ ହାଇୱାଧକ୍କା ରେ ଜଣେ ବୁଲାବେପାରୀ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲ। ସୂଚନା ଥାଉ କି ରାହୁଲ ରବିବାର ଭୋର ୫ ଟା ରେ ଏମପି ୪୪ ଏମଏଚ ୦୯୧୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ଧର୍ମଗଡ ସ୍ଥିତ ଭଡା ଘରୁ ବ୍ୟବସାୟ ପାଇଁ ବାହାରିଥିବା ବେଳେ ଧର୍ମଗଡ ବିଅର ବାର ନିକଟରେ ଓଡି୦୮ ଯେ ୦୭୧୨ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଆସି ଦୁର୍ଘଟଣା ଘଟାଇବା ସହ ବାଇକ ଚାଳକକୁ ୨ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ହାଇୱା ଗାଡି ମାଲିକ ଧର୍ମଗଡ ର ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ରାଜସ୍ଥାନର ବୁଲାବେପାରୀମାନେ ଘଟଣା ସ୍ଥଳରେ ଧର୍ମଗଡ ବୋଡେ଼ନ ରାସ୍ତା ରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳକୁ ଧର୍ମଗଡ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ଓ ପୋଲିସ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିବା ବେଳେ କ୍ଷତିପୂରଣ ପ୍ରତିଶୃତି ପରେ ଦୀର୍ଘ ୫ ଘଣ୍ଟା ର ରାସ୍ତା ଅବରୋଧ ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ। ଏ ସଂକ୍ରାନ୍ତ ରେ ଫେରିଵାଲା ମାନଙ୍କ ପକ୍ଷରୁ ଧର୍ମଗଡ ଥାନାରେ ଏତଲା ଦିଆ ଯାଇଥିଲା। ଏତଲା କୁ ଭିତ୍ତି କରି ଧର୍ମଗଡ ଥାନା କେଶ ନମ୍ବର ୧୪୨/୨୬ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଛି ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ