କୋକସରା କୃଷି ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ।
କଳାହାଣ୍ଡି,୨୯/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ରବିବାର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ରେ କୃଷି ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ, ସମ୍ମାନିତ ଅତିଥି ଭାବେ ଚାଷି ନିମାଇଁ ଚରଣ ଧଙ୍ଗଡା ମାଝୀ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ,ମୁରଲୀଧର ରାଉତ, ଜୟଲାଲ ନାଏକ ଉପସ୍ଥିତ ରହିଥିଲେ। ଏହି ସାଧାରଣ ସଭା ରେ ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ମଞ୍ଚ ପରିଚଳାନା ସହ ବିଗତ ବର୍ଷ ରେ କୋକସରା ସମବାୟ ସମିତିର ଆୟ ବ୍ୟୟ ଓ କୃଷକ ଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ। ମଞ୍ଚ ରେ ଉପସ୍ଥିତ ଅତିଥିମାନେ ଚାଷି ଙ୍କୁ କୃଷି ସମବାୟ ସମିତି ସହ ଜଡିତ ରହି ସମବାୟ ସମିତି ସହଭାଗିତାରେ ନିଜର ଯୋଗଦାନ ଦେବାକୁ ପରାମର୍ଶ ଦେଇଥିଲେ।କୋକସରା,ମାଝୀଗୁଡା ଓ ରେଙ୍ଗାଳପାଲି ପଞ୍ଚାୟତ କୁ ନେଇ ଏହି ସମବାୟ ସମିତି ରହିଥିବା ବେଳେ ବୈଠକରେ ୩ ପଞ୍ଚାୟତ ର ଚାଷି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବୈଠକରେ ସଚେତନ ଚାଷି ନାରାୟଣ ପଟ୍ଟନାୟକ, ରାଜ କିଶୋର ସାହୁ, ରମେଶ ଚନ୍ଦ୍ର ଦୁର୍ଗା,ରଘୁମଣି ପଣ୍ଡା, ବିନୋଦ ବିହାରୀ ରାଉତ,ସୁବୋଧ ପ୍ରଧାନୀ,ଧର୍ମାନନ୍ଦ ନେଗି, ନବୀନ ପ୍ରଧାନୀ,କ୍ଷୀରସିନ୍ଧୁ ନେଗି,ଭାବଗ୍ରାହୀ ପ୍ରଧାନୀ ସମେତ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ।

