Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଚାଷ ପଞ୍ଜିକରଣ ରୁ ବାଦ ପଡିଥିବା ଚାଷି ଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେଲେ ଚାଷି ପ୍ରତିନିଧି ଦଳ।

କଳାହାଣ୍ଡି,୩୧/୦୩
ଇନ୍ଦ୍ରାବତୀ ଉଠା ଜଳସେଚନ (ମେଗାଲିଫ୍ଟ) କେନାଲ ରୁ ରବିଚାଷ ପାଇଁ ଜଳସେଚନ ସୁବିଧା ପାଇବା ପରେ କୋକସରା, ଜୟପାଟଣା,ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୨୮ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୭୪ ଟି ଗ୍ରାମ ର ୧୮,୮୮୦ ହେକ୍ଟର ଜମିରେ ରବିଚାଷ କରାଯାଇଛି। ଚଳିତ ବର୍ଷ ଉଠା ଜଳସେଚନ ପ୍ରକଳ୍ପ ରୁ ଜିଲ୍ଲା ପ୍ରଶାସନ ର ଅନୁମୋଦନ ପରେ ଗତ ଜାନୁଆରୀ ୭ ରେ ଜଳସେଚନ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ରବିଚାଷ ଆରମ୍ଭ କରିଥିଲେ । ତେବେ ଧାନ ବିକ୍ରି ପାଇଁ ପି -ପାସ ପୋର୍ଟାଲ ରେ ଚାଷି ଙ୍କ ପଞ୍ଜିକରଣ ମାର୍ଚ୍ଚ ୧୦ ରୁ ୨୪ତାରିଖ ପର୍ଯ୍ୟନ୍ତ ରହିଥିଲା କିନ୍ତୁ ସେହି ସମୟ ସୀମା ମଧ୍ୟରେ ପୋର୍ଟାଲ ରେ ମେଗାଲିଫ୍ଟ ର ଅପସନ ନ ଆସିବାରୁ ଚାଷୀମାନେ ପଞ୍ଜିକରଣ ରୁ ହଜାର ହଜାର ଚାଷି ବଞ୍ଚିତ ରହିଛନ୍ତି। କୋକସରା ବ୍ଲକ ର ୧୫ ଗୋଟି ପଞ୍ଚାୟତ ର ୯୮୩୨. ୪୮ ହେକ୍ଟର ରେ ଚଳିତ ବର୍ଷ ରବିଚାଷ ହୋଇଛି। ତେବେ ଏହି ଅଞ୍ଚଳର ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ବିଧାନସଭା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଚାଷି ପଞ୍ଜିକରଣ ପାଇଁ ପ୍ରଶ୍ନକାଳ ରେ ଦାବି ଉଠାଇଥିବା ବେଳେ ପଞ୍ଜିକରଣ ରୁ ବାଦ ପଡିଥିବା ଚାଷି ଙ୍କ ମଧ୍ୟରେ ତ୍ରିଶଙ୍କୁ ସ୍ଥିତି ଉପୁଜିଛି।
ଚାଷି ଙ୍କ ବୃହତ ସ୍ୱାର୍ଥ ସାଧନ ପାଇଁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଏକ ଚାଷି ପ୍ରତିନିଧି ଦଳ ଭୁବନେଶ୍ୱର ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ରବିଚାଷ ପଞ୍ଜିକରଣ ରୁ ବାଦ ମେଗାଲିଫ୍ଟ ୪ ବ୍ଲକ ର ଚାଷି ଙ୍କ ପାଇଁ ସରକାର ଅନୁଗ୍ରହ କରି ରବି ମଣ୍ଡି ରେ ଧାନ ଫସଲ ବିକ୍ରି ପାଇଁ ଅନ ଲାଇନ ଅବଧି କୁ ବୃଦ୍ଧି କରିବା ପାଇଁ ଦାବିପତ୍ର ପ୍ରଦାନ ସହ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚାଷି ଙ୍କ ସମସ୍ୟା ଉପରେ ସରକାର ଅନୁଧ୍ୟାନ ପରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ