Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮୧୭ର ପାଇକ ବିଦ୍ରୋହ; ସମ୍ପର୍କ ରେ ପାଠଚକ୍ର

ବାଲିଗୁଡା,୩୧/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ଏକ ପାଠଚକ୍ର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷୟ ବସ୍ତୁଥିଲା ” ୧୮୧୭ର ପାଇକ ବିଦ୍ରୋହ “। ବିଭାଗୀୟ ଅଧ୍ୟାପକ ମାନସ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନତାରେ ବିଭାଗର ତୃତୀୟ ବର୍ଷର ଛାତ୍ର ବିଶ୍ଵ ମୋହନ ମଲ୍ଲିକ ଓ ଛାତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ ଏହି ସମ୍ବନ୍ଧରେ ପାଠ କରିଥିଲେ। ଆନ୍ତରିକ ଗୁଣବାର୍ତ୍ତା ସଂଯୋଜକ ହିମାଂଶୁ ଶେଖର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ