ସ୍ତ୍ରୀ କୁ ହତ୍ୟା କରି ଚାଷଜମି ରେ ପୋତିଦେଲା.ସ୍ୱାମୀ, ବିଷ ପିଇ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି,୩୧/୦୩
କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ପରେ ଜୁନାଗଡ଼ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପୋଲିସ ଠାରୁ ମିଳିଥିବା ସୂଚନା ମତେ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ଯୁବରାଜ ଚନ୍ଦନ (ମୃତକ ଙ୍କ ପୁଅ) ପୋଲିସ ନିକଟରେ ତାଙ୍କ ମା କସ୍ତୁରୀ ଚନ୍ଦନ(୫୩) କୁ ତାଙ୍କ ବାପା ପ୍ରମୋଦ ଚନ୍ଦନ ମାରିଦେଇ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିବା ଅଭିଯୋଗ କରିଥିଲେ। ଗତକାଲି ସନ୍ଧ୍ୟାରେ ପ୍ରମୋଦ ନିଜ ସ୍ତ୍ରୀ କସ୍ତୁରୀ କୁ ପାରିବାରିକ କଳହ ରୁ ନିଜ ଚାଷ ଜମି ରେ ଏକ ରଫା ରେ ହତ୍ୟା କରି ଚାଷଜମି ର କାଦୁଅ ରେ ପୋତି ଦେଇଥିଲା ଓ ଘର କୁ ଆସିବା ପରେ ସ୍ତ୍ରୀ କୁ ମାରି ଦେଇଥିବା କହିବା ସହ କିଛି ସମୟ ପରେ ସେ ମଧ୍ୟ କୀଟନାଶକ ଔଷଧ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସାଧୀନ ରହିଥିବା ଜଣାପଡିଛି। ଅନ୍ୟପଟେ ପୋଲିସ ଓ ଦମକଲ କର୍ମଚାରୀ ନିକଟସ୍ଥ କେନାଲ ରେ ଫିଙ୍ଗି ଦେଇଥିବା ସନ୍ଦେହ କରି ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା, ପରେ ଅଭିଯୁକ୍ତ ସ୍ୱାମୀ ପ୍ରମୋଦ ର ଚାଷଜମି ରେ ଥିବା କାଦୁଅ ଖାଲ ରେ ମହିଳା ଙ୍କ ଶବ ଉଦ୍ଧାର କରାଯାଇଛି। ପୋଲିସ ମୃତ ମହିଳା ଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଜୁନାଗଡ଼ ଥାନା ରେ ଏକ ମାମଲା ୧୭୩/୨୬ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

