Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଡିଜିଟାଲ ସ୍ୱ-ଗଣନା ଉପରେ ସଚେତନ କଲେ ତହସିଲଦାର।

କଳାହାଣ୍ଡି,୦୨/୦୪
ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଅପ୍ରେଲ ୧ ତାରିଖ ଠାରୁ ଏକ ନୂତନ ଡିଜିଟାଲ‑ଭିତ୍ତିକ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ୱ-ଗଣନା) ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ se.census.gov.in ପରିଦର୍ଶନ କରି ଏସଇ ଆଇଡି ପ୍ରାପ୍ତ କରିପାରିବେ । ପ୍ରଥମ ଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବ। ଗଣନାକାରୀମାନେ ଘରେ ଘରେ ଯାଇ ମୋବାଇଲ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରି କେନ୍ଦ୍ରୀୟ ସର୍ଭରକୁ ପଠାଇବେ। ଯାହା ଫଳରେ ସମସ୍ତ ତଥ୍ୟ ସଠିକ ଭାବେ ସଂଗ୍ରହ କରାଯାଇ ପାରିବଓ ଡିଜିଟାଲ ପ୍ରଣାଳୀ ଦ୍ୱାରା ପାରଦର୍ଶିତା, କାର୍ଯ୍ୟକୁଶଳତା ଓ ଲୋକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ, ଯାହା ଜନଗଣନା–୨୦୨୭ କୁ ଅଧିକ ବିଶ୍ୱସନୀୟ ଓ ସଫଳ କରିବ ବୋଲି ଗୁରୁବାର କୋକସରା ବ୍ଲକ ଜନଗଣନା ନୋଡାଲ ଅଧିକାରୀ ତଥା କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ସମେତ ଅନ୍ୟ ଅଧିକାରୀ ଟେମରା ଗ୍ରାମ ର ଅଵସର ପ୍ରାପ୍ତ ଶିକ୍ଷକ ଅଶୋକ ଦାସ ଶିକ୍ଷୟିତ୍ରୀ ଶୋଭାଶିନୀ ଦାସ ଙ୍କ ଘର ସମେତ ସଚେତନ ନାଗରିକ ମାନଙ୍କୁ ସ୍ୱ ଗଣନା ରେ ସାମିଲ ହୋଇ ନିଜର ତଥ୍ୟ ଦାଖଲ କରିବା ସହିତ ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଜନଗଣନା ସୁପରଭାଇଜର ହରିଶ ଚନ୍ଦ୍ର ସାହୁ ସମେତ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ