Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଦିଗହରା ପଥ ପ୍ରାନ୍ତ ବନୀକରଣ

ବୀରମହାରାଜପୁର : ରାସ୍ତା କଡ ମାନଙ୍କରେ ପଥପ୍ରାନ୍ତ ବନୀକରଣ ଯୋଜନାରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଏହାର ସୁଫଳ ଲୋକେ ପାଇପାରୁ ନାହାନ୍ତି l ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଲଗାଯାଇଥିବା ଗଛ ମରି ପଡିଛି ତ ଅନ୍ୟ କେଉଁଠି ଗଛ ବିଲକୁଲ ନାହିଁ l କେବଳ କାଗଜପତ୍ର ରେ ଗଛ ଲଗାଯାଇ ଥିବା ଦର୍ଶାଇ ସରକାରୀ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି l ପ୍ରବଳ ଗ୍ରୀଷ୍ମ ପ୍ରଭାବରେ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି l ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ମାନେ ଖରାରୁ ଆଶ୍ୱସ୍ତି ପାଇଁ ଟିକିଏ ଗଛ ଛାଇ ପାଇବା ଏବେ ସ୍ଵପ୍ନ ହୋଇଗଲାଣି l ଏପଟେ ଏ ଅଞ୍ଚଳରେ ଦିନ ତାପମାତ୍ରା 42 ଡିଗ୍ରି ଉପରେ ରହୁଥିବା ଦେଖିବାକୁ ମିଳୁଛି।