Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଚାଷ ପଞ୍ଜିକରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଧର୍ମଗଡ ବିଧାୟକ ଓ ପୂର୍ବତନ ବିରୋଧୀ ଦଳ ନେତା।

କଳାହାଣ୍ଡି୦୩/୦୪
ଇନ୍ଦ୍ରାବତୀ ଉଠା ଜଳସେଚନ ଅନ୍ତର୍ଗତ ୪ ବ୍ଲକ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୧୮୮୫୫.୪୫ ହେକ୍ଟର ଚାଷଜମି ରେ ଚଳିତ ବର୍ଷ ଚାଷୀମାନେ ଜଳସେଚନ ସୁବିଧା ମିଳିବା ପରେ ରବି ଧାନଚାଷ କରିଛନ୍ତି। ତେବେ ଧାନ ବିକ୍ରି ପଞ୍ଜିକରଣ ପାଇଁ ଗତ ମାସ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ପି-ପାସ ପୋର୍ଟାଲ ରେ ଉଠା ଜଳସେଚନ ପାଇଁ ଅପସନ ପୋର୍ଟାଲ ରେ ଆସିଥିବାରୁ ୪ ବ୍ଲକ ର ହଜାର ହଜାର ଚାଷୀ ପଞ୍ଜିକରଣ ରୁ ବାଦ ପଡିଛନ୍ତି। ଏନେଇ ଉଠା ଜଳସେଚନ ଅନ୍ତର୍ଗତ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ର ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି,ଫାଇନାନ୍ସ କମ୍ପାନୀ ରୁ ଋଣ ନେଇ ଚାଷ କରିଥିବା ବେଳେ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିବା ପରେ ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି। କେମିତି କଷ୍ଟ ଉପାର୍ଜିତ ଧାନ ଫସଲ ବିକ୍ରି କରିବେ ସେନେଇ ଚିନ୍ତା ରେ ପଡିଛନ୍ତି। ଏନେଇ ଅଞ୍ଚଳ ର ଚାଷୀ ନେତା ଓ ଜନ ପ୍ରତିନିଧିମାନେ ଧର୍ମଗଡ ବିଧାୟକ ସମେତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଧର୍ମଗଡ ଉପଖଣ୍ଡ ଚାଷି ଙ୍କ ଏହି ସମସ୍ୟା ସମ୍ପର୍କରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଧାନସଭା ରେ ପ୍ରଶ୍ନ ଉଠାଇଥିବା ବେଳେ ଗୁରୁବାର ଏ ସଂକ୍ରାନ୍ତରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁ ଭେଟି ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଉଠା ଜଳସେଚନ ର ଚାଷି ଙ୍କ ରବିଚାଷ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପି-ପାସ ପୋର୍ଟାଲ ଅବଧି ବୃଦ୍ଧି ସହ ଉଠା ଜଳସେଚନ ଅଞ୍ଚଳ ର ଚାଷି ଙ୍କୁ ପୁନର୍ବାର ପଞ୍ଜିକରଣ ପାଇଁ ସୁବିଧା ଯୋଗାଇ ଦେବାକୁ ଆଲୋଚନା କରିଛନ୍ତି। ବିଧାୟକ ଙ୍କ ସହ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚାଷି ଙ୍କ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ଓ ଶୀଘ୍ର ଚାଷି ଙ୍କ ଏହି ସମସ୍ୟା ର ନିରାକରଣ ପାଇଁ ପଦକ୍ଷେପ ନିଆଯିବ ବୋଳି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଙ୍କ ସହ ଦଳୀୟ ନେତୃବୃନ୍ଦ ଙ୍କ ଆଲୋଚନା ପରେ ଉଠା ଜଳସେଚନ ଅଞ୍ଚଳ ର ଚାଷି ଙ୍କ ମଧ୍ୟରେ ଧାନ ଫସଲ ବିକ୍ରି ପାଇଁ ରାଜ୍ୟ ସରକାର ନିଶ୍ଚୟ ପଦକ୍ଷେପ ନେବେ ବୋଳି ଆଶା ଉଜ୍ଜୀବିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ