Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପାଡ଼ ଗ୍ରାମରେ ମା ଠାକୁରାଣୀ ଙ୍କ କଲସି ଯାତ୍ରା ସମ୍ପନ୍ନ,ଦେବାଦେବୀ ଙ୍କ ମଣ୍ଡେଇ ହାଟ ପରିକ୍ରମା।

କଳାହାଣ୍ଡି,୦୩/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ପଂଚାୟତ ସୁପାଡ଼ ଗ୍ରାମର ମା ଠାକୁରାଣୀ ଙ୍କ କଳସି ଯାତ୍ରା ସମ୍ପନ୍ନ ହୋଇ ଯାଇଛି।ଏହି ଯାତ୍ରା ରେ ଦେବଦେବୀ ଙ୍କ ଲାଠି କୁର୍ସି ହାଟ ପରିକ୍ରମା ସହ କାଳସି ଙ୍କ କଣ୍ଟା ଦୋଳି ରେ ଝୁଲିବା ଆଦି ଦୃଶ୍ୟ ଦେଖୁବା ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇ ଥିଲେ। ରୀତି ନୀତି ଅନୁସାରେ ଚୈତ୍ର ମାସ ମଙ୍ଗଳ ବାର ଘଟଯାତ୍ରା ସମ୍ପନ୍ନ ହେବା ପରେ ବୁଧବାର କଳସୀ ଯାତ୍ରା ପାଳିତ ହୋଇ ଥାଏ। ଏହି ଦିନ ଅପରାହ୍ନ ରେ ମା ବସ୍ତରେନ ମାଉଲି ପୂଝାରୀ ମାଧବ ପୂଝାରୀ ଙ୍କ ଘରୁ ଲାଠିକୁର୍ଶୀ ବଜାଗଜା ସହ ବାହାରି ସୁପାଡ଼ ଗାଁ ପୂଝାରୀ ଙ୍କ ଘରକୁ ପହଞ୍ଚି ଥିଲେ। ସେଠାରେ ଲାଠିକୁର୍ସି ପହଂଚିବା ପରେ ବନ୍ଦାପନା କରି ସ୍ୱାଗତ କରା ଯାଇଥିଲା, ପରେ ସୁପାଡ଼ ପୂଝାରି ଙ୍କ ଘରୁ ମଧ୍ୟ ଲାଠିକୁର୍ସି ବାହାରି ଗାଁ ମୁଣ୍ଡ ରେ ଥୁବା ମା ବସ୍ତରେନ ମାଉଲି ଙ୍କ ମନ୍ଦିର କୁ ପହଞ୍ଚିଥିଲେ ।ସେଠାରେ ଥୁବା ଏକ ଖୁଣ୍ଟ ରେ ଗାଁ ରୁ ଆସିଥିବା ୭ ଦେବାଦେବୀ ଙ୍କ ଲାଠି କୁ କୁର୍ସି କୁ ରଖି ପୂଜାର୍ଚ୍ଚନା କରା ଯାଇଥିଲା । ଭକ୍ତ ମାନେ ମୁଆଁ,ନଡ଼ିଆ ସହ କୁକୁଡ଼ା ପାରା ଦେଇ ବଳି ଦେଇ ପୂଜା କରିଥିଲେ।ପରେ ଲାଠିକୁର୍ସି ସହ କାଳସି ମାନେ ନିଶାଣ ନାଗରା ବାଜା ତାଳେ ତାଳେ ନିକଟରେ ବସିଥିବା ମଣ୍ଡେଇ ହାଟ କୁ ୩ ଥର ପରିକ୍ରମା କରିବା ପରେ ଦେବାଦେବୀ ଙ୍କ କାଳସି ନିଜ ଜିଭ ରେ ଲୁହା ତ୍ରିଶୂଳ ଫୋଡି କଣ୍ଟା ଦୋଳି ରେ ଝୁଲିଥିଲେ ।ଏଭଳି ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ସନ୍ଧ୍ୟା ରେ ଦେବାଦେବୀ ଙ୍କ ଲାଠିକୁର୍ସି ଗାଁ କୁ ପ୍ରତ୍ୟାବର୍ତନ କରିଥିଲେ। ଗ୍ରାମ୍ୟ କମିଟି ପକ୍ଷରୁ ତୁଲାରାମ ମାଝୀ ବନମାଳୀ ମାଝୀ,ନକୁଳ ନାଏକ, ପରକ୍ଷିତ ଦିଆରୀ ବୈକୁଣ୍ଠ ଧଙ୍ଗଡା ମାଝୀ,ଧର୍ମୁ ପୂଝାରୀ, ଗଣ୍ଡା ଧର୍ମାନନ୍ଦ ନାଏକ,ପ୍ରସନ୍ନ ମାଝୀ ଶଙ୍କର ନାଏକ ପ୍ରମୁଖ ଙ୍କ ସହ ଗ୍ରାମବାସି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ