ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଲଡୁଗାଁ ରେ ଖଡ଼ିଛୁଆ ଓ ପ୍ରବେଶ ଉତ୍ସଵ ଅନୁଷ୍ଠିତ।
କଳାହାଣ୍ଡି,୦୪/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶନିବାର ଖଡ଼ିଛୁଆ ଓ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିଦ ଗରୁଡ଼ ବାଗ, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ସ୍ଥାନୀୟ ସରପଞ୍ଚ ନକୁଳ ନାଏକ, ଆଲୁମିନି ସଭାପତି ପଙ୍କଜ ମୁଖ ଚୌଧୁରୀ, ସମ୍ପାଦକ ରବି ନାରାୟଣ ଦାସ, ବିଦ୍ୟାଳୟ ପରିଚାଳନା ସଭାପତି ବିନୋଦ ବାଗ, ସଦସ୍ୟ ଶ୍ରୀମନ୍ତ କୁମାର ପାଢୀ,ସିଆରସିସି ଫାଲଗୁନି ବାଣୁଆ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ପ୍ରମୁଖ ମଞ୍ଚସିନ ଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପ୍ରବେଶ ଉତ୍ସଵ ରେ ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇବା ସହ ସ୍ୱାଗତ କରା ଯାଇଥିଲା। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ କାଶିବାହାଲ ସିଆରସିସି ପ୍ରଶାନ୍ତ କୁମାର ଶବର କରିଥିଲେ। ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

